ଆସିକା ରେ ପ୍ରତିଦ୍ବନ୍ଦିତା ମୂଳକ ଭାବେ ଚାଲିଛି ଜଳ ନିଷ୍କାସନ ପଥ ଅବରୋଧ….!

ସାଧାରଣ ଲୋକଙ୍କ ପଟ୍ଟା ନାହିଁ ଜବର ଦଖଲ କାରୀଙ୍କ ନାମରେ ମାଳ ମାଳ ପଟ୍ଟା ….!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ଏକ ବନ୍ୟା ପ୍ରପୀଡ଼ିତ ଭାବେ ପରିଚିତ। ଆସିକା ସହର ର ବର୍ଷା ଜଳ ନିଷ୍କାସନ ପଥ ଗୁଡ଼ିକ ଅବରୋଧ କରି ବଡ଼ ବଡ଼ ଅଟାଳିକା ନିର୍ମାଣ ହେବାରେ ଲାଗିଛି। ପୂର୍ବରୁ ବହୁ ଜଳ ନିଷ୍କାସନ ପଥ ଗୁଡ଼ିକୁ ଅବରୋଧ କରିବା ଯୋଗୁଁ କୁତ୍ରିମ ବନ୍ୟା ଭଳି ପରିସ୍ଥିତି ଆସିକା ରେ ବର୍ଷା ଦିନେ ଦେଖିବାକୁ ମିଳୁଛି। ଏନ.ଏ. ସି. କଲୋନୀ ନିକଟରେ ଥିବା ତାଲୁକା ରୋଡ଼ ଠାରେ ପୂର୍ବରୁ (ଖମାନାଳ) ପ୍ରଭାବ ଶାଳୀ ବ୍ୟକ୍ତି ଜଳ ନିଷ୍କାସନ ପଥକୁ ସଂକୀର୍ଣ୍ଣ କରି ଅଟାଳିକା କରି ଜଳ

ଆସିକା ସହର ବୁଡିବା ପାଇଁ ପଥ ପରିଷ୍କାର…!

ପ୍ରବାହିତ ନାଳକୁ ସଂକୁଚିତ କରିଛନ୍ତି। ସେହି ପରି ଉତ୍କଳ ସିନେମା ହଲ ବା ବର୍ତ୍ତମାନ ବିନାୟକ ବଜାର ଠାରେ ଥିବା ଜଳ ନିଷ୍କାସନ ବା (ଖମାନାଳ ) ଉପରେ ଗୃହ ନିର୍ମାଣ କରାଯାଇଛି। ଲକ୍ଷ୍ମୀ ବଜାର ଠାରେ ଥିବା ଅନାଥ ଅନ୍ନ ଦାନ କେନ୍ଦ୍ର ନିକଟରେ ସଂଲଗ୍ନ ଥିବା ଜଳ ନିଷ୍କାସନ ପଥ ଉପରେ ବଡ଼ ବଡ଼ ଅଟାଳିକା ନିର୍ମାଣ ହୋଇଛି। ବର୍ତ୍ତମାନ କଳିଙ୍ଗା ରୋଡ଼ ସ୍ଥିତ ବର୍ତ୍ତମାନ ଭାରତୀୟ ଷ୍ଟେଟବ୍ୟାଙ୍କ ନିକଟରେ ବଡ଼ ନଦୀର ବନ୍ୟା ଜଳ ନିଷ୍କାସନ ପଥ ନିକଟରେ ବଡ଼ ଅଟାଳିକା ନିର୍ମାଣ ହୋଇଛି। ସେଠାରେ ପୂର୍ବରୁ ଥିବା କଲଭର୍ଟକୁ ସଂକୁଚିତ କରି ତାହାର ଦୁଇ ପାର୍ଶ୍ଵରେ ବି କୋଠା ନିର୍ମାଣ ହୋଇଛି। ବର୍ତ୍ତମାନ ଆସିକା ଅଞ୍ଚଳ ରେ ବନ୍ୟା ଭଳି ପରିସ୍ଥିତି ଉପୁଜିଲେ ଦୀର୍ଘ ଦିନ ପର୍ଯ୍ୟନ୍ତ ବନ୍ୟା ବା ବର୍ଷା ଜଳ ନିଷ୍କାସନ ନହୋଇ ବହୁ ଧନ ଜୀବନ ନଷ୍ଟ ହେବାର ସମ୍ଭାବନା କୁ ଏଡ଼େଇ ହେବନାହିଁ। କେତେକ ପ୍ରଭାବ ଶାଳୀ ବ୍ୟକ୍ତି ଜନସାଧାରଣଙ୍କବୃହତ୍ତର ସ୍ୱାର୍ଥ ପ୍ରତି ଭୃକ୍ଷେପ ନକରି ଏଭଳି ବେଆଇନ କାର୍ଯ୍ୟ କରି ଚାଲିଥିବା ବେଳେ ଏହାକୁ ରୋକିବା ଦିଗରେ ପ୍ରଶାସନ ର ନୀରବତା ବୁଦ୍ଧିଜୀବୀ ମହଲ ରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିବା ଲକ୍ଷକରାଯାଇଛି। ପ୍ରକାଶ ଥାଉକି ଆସିକା ସହରର ୯୫ ପ୍ରତିଶତ ଲୋକଙ୍କ ଗୃହର ପଟ୍ଟା ନାହିଁ। ଜବର ଦଖଲ କରି ଜଳ ନିଷ୍କାସନ ପଥକୁ ଅବରୋଧ ଓ ବଡ଼ ବଡ଼ ଅଟାଳିକା କରିଥିବା ଲୋକଙ୍କ ପଟ୍ଟା ଅଛି। ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ପକ୍କା ପଟ୍ଟା ଦେଇଥିବା ବାବୁଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସଚେତନତ ମହଲ ରେ ଦାବୀ ହେଉଛି।

nis-ad
Leave A Reply

Your email address will not be published.