ପୋଷ୍ଟ ମାଷ୍ଟରଙ୍କ ଘରୁ ଲୁଟ ଅଭିଯୋଗ, ଦମ୍ପତିଙ୍କୁ ବାନ୍ଧି ଲୁଟିନେଲେ ୫ ଲକ୍ଷ ଟଙ୍କା

ସୋର: ଦମ୍ପତିଙ୍କୁ ବାନ୍ଧି ୫ ଲକ୍ଷ ଟଙ୍କା ଲୁଟିନେଲେ । ପୋଷ୍ଟ ମାଷ୍ଟର ଘରୁ ଲୁଟ ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ଅନନ୍ତପୁର ଫାଣ୍ଡି ତେଣ୍ଟେଇ ଗାଁର ପୋଷ୍ଟ ମାଷ୍ଟର ବାଟକୃଷ୍ଟ ମଳିକଙ୍କ ଘରୁ ଡକାୟତି । ଆଖିରେ ପଟି ବାନ୍ଧି ମୁଣ୍ଡରେ ଲୁହା ରଡ୍ ଲଗାଇ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ତା ସହ ସୁନା ହାର, ଦୁଇ ହଳ କାନଫୁଲ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ପୋଷ୍ଟ ମାଷ୍ଟର ବାଟକୃଷ୍ଟ ଓ ସ୍ତ୍ରୀ ସୁରତୀଙ୍କ ହାତ ଓ ଆଖି ବାନ୍ଧିବା ପରେ ହତ୍ୟା ଧମକ ଦେଇ ଟଙ୍କା ଲୁଟି ନେଲେ । ଗତକାଲି ବିଳମ୍ବିତ ରାତିରେ ଚାରି ଜଣ ଡକାୟତ ମୁହଁରେ କପଡା ବାନ୍ଧି ଏହି ଲୁଟପାଟ କରିଥିଲେ ।

nis-ad
Leave A Reply

Your email address will not be published.