ରାଉରକେଲାରେ ଚାଞ୍ଚଲ୍ୟ; ଗଳାକଟା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ରାଉରକେଲା: ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ରାଉରକେଲା । ଦିନକ ପରେ ସହରରେ ଆଉ ଏକ ହତ୍ୟାକାଣ୍ଡ ଘଟିଛି । ଗଳାକଟା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ରଘୁନାଥପାଲି ଥାନା ଏସଟିଆଇ ଛକ ନିକଟରୁ ମୃତଦେହ ଉଦ୍ଧାର ହୋଇଛି ।

ତେବେ ଉଦ୍ଧାର ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ, କେହି ଦୁର୍ବୃତ୍ତ ଗଳାକାଟି ହତ୍ୟା କରିଥିବା ଅନୁମାନ କରାଯାଉଛି । ଖବରପାଇ ଘଟଣାସ୍ଥଳରେ ରଘୁନାଥପାଲି ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଶନିବାର ଉଦିତନଗର ଥାନା ଅଞ୍ଚଳରେ ହତ୍ୟା ହୋଇଥିଲା । ଦୁଇ ଲାଇନ ମଧ୍ୟରେ ବିବାଦକୁ ନେଇ ଭୋଲା ସିଂଙ୍କୁ ହତ୍ୟା କରିଥିଲେ ମୁକେଶ ଖେଡ଼ିଆ । ସେହିପରି, ଗତ ୯ ତାରିଖରେ ଜନଗହଳିପୂର୍ଣ୍ଣ ରାଉରକେଲା ଭିଏସଏସ ମାର୍କେଟରେ ମୁକେଶ କରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଫାର୍ସା ଓ ରଡ୍ ଯୋଗେ ଦୁର୍ବୃତ୍ତ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ ।

ତାର କିଛି ଦିନ ପୂର୍ବରୁ ରାଉରକେଲା ଗାନ୍ଧୀ ରୋଡରେ ଜଣେ ଜରି ଗୋଟାଳିକୁ ବେକ କାଟି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ହେଲେ ଏହି ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଲଗାତାର ରାଉରକେଲା ସହରରେ ଏହି ଘଟଣା ମାନ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

nis-ad
Leave A Reply

Your email address will not be published.