ପୁରୀ: ମହାପ୍ରଭୁଙ୍କ ପତିତପାବନ ବାନା ଧରି ଉଡିଗଲା ଚିଲ। ପୁରୀ ଶ୍ରୀ ମନ୍ଦିରରେ ଏପରି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଦୃଶ୍ୟର ଭିଡିଓ ଏବେ ସୋସିଆଲମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ ପତିତପାବନ ବନା ଧରି ଏକ ଚିଲ ଉଡ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ମନ୍ଦିର ଚାରିପଟେ ବାନା ଧରି ଚିଲଟି ବହୁ ସମୟ ଧରି ଉଡିଥିଲା । ଚିଲଟିକୁ ଦେଖି ଯେପରି ଲାଗୁଥିଲା ସତେ ଯେମିତି ପ୍ରିୟ ଜିନିଷଟି ତା’କୁ ମିଳିଯାଇଛି।
ଏପଟେ ବାନାକୁ ଚିଲ ନେଇଯିବା ପରେ ଶ୍ରଦ୍ଧାଳୁଙ୍କ ମନରେ ବଢ଼ିଯାଇଛି ଆଶଙ୍କା । ଏଭଳି ଘଟଣା ପୂର୍ବରୁ କେବେ ଦେଖାଯାଇନଥିଲା ।
