ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଦୁର୍ଷ୍କମ ଅଭିଯୋଗ, ଅଭିଯୁକ୍ତ କୋର୍ଟ ଚାଲାଣ

add-all

ହିଞ୍ଜିଳିକାଟୁ : ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କରିନେବା ସହ ବଳପୂର୍ବକ ଦୁର୍ଷ୍କମ କରିବା ଏବଂ ପରବର୍ତ୍ତୀ ସମୟରେ ଶାରୀରିକ ନିର୍ଯ୍ୟାତନା ଦେବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ନାବାଳିକାଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ କେସ ନଂ- ୨୮୮/୨୫ ରେ ଏକ ମାମଲା ରୁଜୁ ହୋଇଛି। ଶନିବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଜଣଙ୍କ ହେଲେ ପୁରୁଷୋତ୍ତମପୁର ଥାନା ଦେଉଳପଲ୍ଲୀ ଗ୍ରାମର ସୁନିଲ ନାୟକ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।
ଅଭିଯୋଗ ପ୍ରକାରେ, ହିଞ୍ଜିଳିକାଟୁ ପୈାରାଞ୍ଚଳର ଜଣେ ନାବାଳିକାଙ୍କ ସହ ପୁରୁଷୋତ୍ତମପୁର ଥାନା ଦେଉଳପଲ୍ଲୀ ଗ୍ରାମର ସୁନିଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଗତ ଅଗଷ୍ଟ ୨୩ ତାରିଖରେ ଯୁବକ ଜଣଙ୍କ ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କରିନେବା ସହ ନାବାଳିକାଙ୍କୁ ଘରକୁ ନେଇ ରଖିଥିଲେ। ପରବର୍ତ୍ତୀ ସମୟରେ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ନାବାଳିକା ଜଣଙ୍କ ୨ ମାସର ଗର୍ଭବତୀ ହେବା ପରେ ସୁନିଲଙ୍କ ସମେତ ତାଙ୍କ ବଡଭାଇ ମନୋଜ ନାୟକ, ମାଆ କସ୍ତୁରୀ ନାୟକ ଓ ବାପା କାଳୁ ନାୟକ ଖାଇବାକୁ ନଦେବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ନିର୍ଯ୍ୟାତନା ଅସହ୍ୟ ହେବାରୁ ଘଟଣା ନେଇ ନାବାଳିକା ଜଣଙ୍କ ତାଙ୍କ ମାଆଙ୍କୁ ଫୋନ୍ ଯୋଗେ ଜଣାଇଥିଲେ। ଖବର ପାଇ ନାବାଳିକାଙ୍କ ମାଆ ଦେଉଳପଲ୍ଲୀ ଗ୍ରାମରେ ପହଞ୍ଚି ନାବାଳିକା ଝିଅକୁ ହିଞ୍ଜିଳିକାଟୁ ଆଣିଥିଲେ। ଘଟଣା ନେଇ ଶୁକ୍ରବାର ରାତିରେ ନାବାଳିକା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ଶନିବାର ହିଞ୍ଜିଳି ପୁଲିସ ଦେଉଳପଲ୍ଲୀ ଗ୍ରାମରେ ପହଞ୍ଚି ସୁନିଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ad-week
Leave A Reply

Your email address will not be published.