ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ ପାଇଁ ଉତ୍ସବମୁଖର

add-all

 ଆଜି ଓଡ଼ିଆ ନବବର୍ଷ, ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ। ଆଜିଠାରୁ ଓଡ଼ିଆ ନୂଆବର୍ଷ ଆରମ୍ଭ। ଏଥିପାଇଁ ଉତ୍ସବମୁଖର ହୋଇପଡ଼ିଛି ରାଜ୍ୟର ସମସ୍ତ ଛୋଟବଡ଼ ସମସ୍ତ ହନୁମାନ ମନ୍ଦିର। ଘରେ ଘରେ ଦେବାଦେବୀଙ୍କ ପୂଜା, ଭୋଗ, ହୋମ ଆଦି ଅନୁଷ୍ଠିତ ହୋଇଥାଏ। ଆଜି ଠାରୁ ନୂଆ ଓଡ଼ିଆ ପଞ୍ଜିକା ପ୍ରଚଳନ ହେବ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ଓଡ଼ିଆ ପାଞ୍ଜିର ଶୁଭାରମ୍ଭ ହେବ। ପଣା ସଂକ୍ରାନ୍ତିକୁ ଓଡ଼ିଶାବାସୀ ଭିନ୍ନ ଭିନ୍ନ ନାମରେ ପାଳନ କରିଥାନ୍ତି। ଦକ୍ଷିଣ ଓଡ଼ିଶାରେ ଝାମୁଯାତ, ମେରୁଯାତ ଏବଂ ଉତ୍ତର ଓଡ଼ିଶାରେ ଚଡ଼କ ପର୍ବ ବେଶ୍ ଧୁମଧାମ୍‌ରେ ପାଳିତ ହୁଏ। ଦଣ୍ଡପାଟୁଆ ମାନେ ଠାକୁରାଣୀଙ୍କ ମନ୍ଦିର ଆଗରେ ନିଆଁରେ ଚାଲିଥାନ୍ତି। ଏସବୁ ସହିତ ଆଜି ହେଉଛି ମହାବୀର ହନୁମାନଙ୍କ ଜୟନ୍ତୀ।

ମହାବିଷୁବ ସଂକ୍ରାନ୍ତିରୁ ଓଡ଼ିଆ ନବବର୍ଷର ଆରମ୍ଭ। ସେଥିପାଇଁ ସୋମବାରଠାରୁ ଚାଲିବ ନୂଆ ପାଞ୍ଜି। ଏହି ସଂକ୍ରାନ୍ତି ପରଠୁ ସୂର୍ଯ୍ୟଙ୍କ ଉତ୍ତାପ ବଢୁଥିବାରୁ ଲୋକମାନେ ଚଉଁରାରେ ବାନ୍ଧିବେ ମାଟି ଠେକି। ସେଥିପାଇଁ ବଜାରରେ ବହୁଳମାତ୍ରାରେ ବିକ୍ରି ହେଉଛି ଭଳିକି ଭଳି ରଙ୍ଗିନ୍‌ ମାଟିର ଠେକି। ଯେଉଁଥିରେ ଖୁବ୍‌ ନିଖୁଣ ଭାବରେ ହାତ କାମ ହୋଇଛି। ମୁଖ୍ୟତଃ ଏହି ଠେକିଗୁଡ଼ିକର ମୂଲ୍ୟ ୩୦ ଟଙ୍କାରୁ ଆରମ୍ଭ ହୋଇ ୮୦ ଟଙ୍କା ପର୍ଯ୍ୟନ୍ତ ରହୁଛି। ଯାହାକୁ କିଣିବା ପାଇଁ ରବିବାର ବଜାରରେ ବେଶ୍‌ ଗହଳି ଦେଖାଯାଇଥିଲା। ଏଥିପାଇଁ ରାସ୍ତାକଡ଼ ଏବଂ ଛକରେ ଛୋଟ ଛୋଟ ଉଠାଦୋକାନ ମଧ୍ୟ ଖୋଲିଛି।

ad-week
Leave A Reply

Your email address will not be published.