ନବୀନ ୭ ଦିନ ମଧ୍ୟରେ କ୍ଷମା ମାଗନ୍ତୁ : ଭକ୍ତ ଦାସ

add-all

ଭୁବନେଶ୍ୱର: ଭିକେ ପାଣ୍ଡିଆନଙ୍କୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସହ ତୁଳନା କରିବାର ପ୍ରସଙ୍ଗ ନେଇ କଂଗ୍ରେସ ବିଜେଡିକୁ କଡ଼ା ଜବାବ ଦେଇଛି। ବିଜେଡିକୁ କଡ଼ା ଚେତାବନୀ ଦେଇ ପିସିସି ସଭାପତି ଭକ୍ତ ଦାସ କରିଛନ୍ତି ନବୀନ ପଟ୍ଟନାୟକ ଏନେଇ କଂଗ୍ରେସକୁ କ୍ଷମା ମାଗନ୍ତୁ।

ଆମେ ନବୀନଙ୍କୁ ୭ ଦିନ ସମୟ ଦେଉଛୁ। ଏହି ସମୟ ମଧ୍ୟରେ ସେ କ୍ଷମା ନ ମାଗିଲେ। ସ୍ଥିତି କିଛି ଭଲ ହେବନି। କଂଗ୍ରେସ ନବୀନ ନିବାସ ଘେରାଉ କରିବ ବୋଲି ସେ ଚେତାବନୀ ଦେଇଛନ୍ତି।
ବିଜେଡିର ଜଣେ ଗୋଲାମ, ଯିଏକି ଗୋଲାମ ହୋଇ ଟିକେଟ ପାଇଥିଲେ। ହେଲେ ନିର୍ବାଚନରେ ହାରିଲେ। ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ଭିକେ ପାଣ୍ଡିଆନଙ୍କ ସହ ତୁଳନା କରିଛନ୍ତି। ନେହେରୁଙ୍କୁ ନେଇ ଏ ଭଳି କହିବାକୁ ସେ କିଏ? ଏନେଇ ନବୀନ ଯଥୀଶୀଘ୍ର କ୍ଷମା ମାଗନ୍ତୁ।

ସୂଚନାନୂଯୋଗ୍ୟ, ଗତ ଏପ୍ରିଲ ୧୧ ତାରିଖ ଦିନ ବିଜେଡି ନେତା ସଂତୃପ୍ତ ମିଶ୍ର ନେହେରୁଙ୍କ ସହ ପାଣ୍ଡିଆନଙ୍କୁ ତୁଳନା କରିଥିଲେ। ସେ କହିଥିଲେ,  ନେହେରୁଙ୍କ ଭଳି ଓଡ଼ିଶା ରାଜନୀତିରେ ପାଣ୍ଡିଆନଙ୍କ ବ୍ୟକ୍ତିତ୍ବ। ପାଣ୍ଡିଆନ ନିଜେ ତାଙ୍କ ଗୁରୁତ୍ୱ ସମ୍ପର୍କରେ ଜାଣି ନାହାନ୍ତି। ସଂତୃପ୍ତ ମିଶ୍ରଙ୍କ ଏଭଳି ବିବଦୀୟ ମନ୍ତବ୍ୟ ପରେ ଏବେ କଂଗ୍ରେସ ଚେତାବନୀ ଦେଇଛି। 

ad-week
Leave A Reply

Your email address will not be published.