ଉମରକୋଟ : “ପାଣି ହିଁ ଜୀବନ” | ଆଜି କାଲିର ପ୍ରଚଣ୍ଡ ଗରମରେ ପଶୁ ପକ୍ଷୀଠୁ ଆରମ୍ବ କରି ସମସ୍ତେ ଟିକିଏ ପାଣି ପାଇଁ ହନ୍ତ ସନ୍ତ,ସେହି ଜାଗାରେ ନେତା ମନ୍ତ୍ରୀ ଓ ପ୍ରଶାସନ ପ୍ରତିଶୃତି ପରେ ପ୍ରତିଶୃତି ଦେଇ ଚାଲିଛନ୍ତି କିନ୍ତୁ ସବୁ ପ୍ରତିଶୃତି କେବଳ ପାଣିର ଗାର ସଦୃଶ୍ୟ । ନା ମିଳୁଛି ଗମନାଗମନର ଭଲ ରାସ୍ତାଟିଏ ନା ମିଳୁଛି ବିଶୁଦ୍ଧ ପାଣି । ନେତା କେବଳ ପ୍ରତିଶୃତି ଦେଇ ଭୋଟ ମାଗିବାକୁ, ହେଲେ ଏଥର ରାଜ୍ୟବାସୀ କିନ୍ତୁ ପଚିଶି ବର୍ଷର ସରକାରଙ୍କୁ ଉଚିତ ଜବାବ ଦେଇଛନ୍ତି ଓ ଏକ ପରିବର୍ତ୍ତନର ସ୍ବର ନେଇ ପରିବର୍ତ୍ତନ ଆଣିଛନ୍ତି।
ସୂଚନା ପ୍ରକାରେ,ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ଏମିତି ଅନେକ ଗ୍ରାମ ଅଛି ତାହା ଆଜି ପିଇବା ପାଣି ପାଇଁ ପୋଖରୀ ତଥା ବିଦ୍ୟାଳୟରେ ଥିବା ନଳକୂପ ଉପରେ ଭରସା କରୁଛନ୍ତି । ପୂର୍ବ ସରକାର ଚାଲିଗଲା ହେଲେ ଘର ଘରକୁ ପାଣି ଯୋଗେଇ ଦେବାର ପ୍ରତିଶୃତି, ପ୍ରତିଶ୍ରୁତିରେ ସୀମାବଦ୍ଧ ହୋଇ ରହିଗଲା |

ବର୍ତ୍ତମାନ ଏମିତି ଏକ ଗ୍ରାମ “ଆଦିବାସୀ ଅଧିକାରୀଗୁଡା” ଯାହାକି ଉମରକୋଟ ସଦର ମହକୁମା ଠାରୁ ମାତ୍ର ତିନି କିଲୋମିଟର ଦୂରରେ ଓ ପ୍ରଶାସନର ଆଖି ଆଗରେ କିନ୍ତୁ “ଦୀପ ତଳ ଅନ୍ଧାର ଭଳି” ପାଣି ସମସ୍ୟା ଆଜିବି ଏହି ଗ୍ରାମର ଲୋକଙ୍କ ଲାଗି ସ୍ବପ୍ନ ହୋଇ ରହିଯାଇଛି।ଲୋକେ ଆଜି ଵି ପୋଖରୀ ଓ ଗ୍ରାମରେ ଥିବା ବିଦ୍ୟାଳୟର ନଳକୂପ ପାଣି ଉପରେ ଭରସା କରୁଥିବା ଗ୍ରାମବାସୀ ଆମ ଗନ ପ୍ରତିନିଧି ଆଗରେ ପ୍ରକାଶ କରିଛନ୍ତି। ବସୁଧା ଯୋଜନାର ସର୍ଭେ କରି ପାଣି ଟାଙ୍କି ଓ ସୋଲାର ନିର୍ମାଣ କରାଯାଇଛି କିନ୍ତୁ ଆଜି ଯାଏଁ ବସୁଧା ଯୋଜନାର ପାଣି ଘର ଘରକୁ ପହଞ୍ଚି ପାରିଲା ନାହିଁ। ଗ୍ରାମବାସୀଙ୍କୁ କହିବା ଅନୁଯାଇ ଗ୍ରାମରେ ପ୍ରାୟ ଦୁଇ ଶହ (୨୦୦) ପରିବାର ବସବାସ କରୁଥିବା ଥିବା ବେଳେ ମାତ୍ର ଗୋଟିଏ ନଳକୂପ ଅଛି,ସେହି ନଳକୂଅ ଉପରେ ସମସ୍ତଙ୍କ ଭରସା ତା ସହିତ ଗ୍ରାମରେ ଥିବା ବିଦ୍ୟାଳୟରୁ ପିଇବା ପାଣି ଆଣୁଥିବା ଦେଖିବାକୁ ମିଳିଛି। ସ୍କୁଲ ଛୁଟି ଦିନ ଗ୍ରାମ ନିକଟରେ ଥିବା ଏକ ପୋଖରୀରୁ ଅଳିଆ ପାଣି ଆଣି ଗ୍ରାମବାସୀ ବ୍ୟବହାର କରୁଥିବା ମଧ୍ୟ କହିଛନ୍ତି।
ଗ୍ରାମରେ ଥିବା ପୋଖରୀରୁ ଗୃହପାଳିତ ପଶୁ ପକ୍ଷୀଙ୍କ ସହ ଗ୍ରାମବାସୀ ପାଣି ପିଇ ଶୋଷ ମେଣ୍ଟାଉ ଥିବା ଘୋର ଅଭିଯୋଗ ଦେଖିବାକୁ ମିଳିଛି। ନେତା ମାନେ ନିର୍ବାଚନ ଆସିଲେ କେବଳ ପ୍ରତିଶୃତି ଦେଇ ଚାଲିଯାଆନ୍ତି କିନ୍ତୁ ପ୍ରତିଶୃତି ପୂରଣ କରନ୍ତି ନାହିଁ। ଏଭଳି ସାଧାରଣ ମୌଳିକ ସମସ୍ୟାକୁ ନେଇ ଗ୍ରାମବାସୀ ସଂଗ୍ରାମ କରି ଆସୁଥିବେ ଆଉ ସେମାନଙ୍କର ସମସ୍ୟାକୁ ନେଇ ନେତା ରାଜନୀତି କରୁଥିବେ ତେବେ ସେଭଳି ଗ୍ରାମ ହେଉ କି ସେମାନଙ୍କର ଆଗାମୀ ପିଢ଼ିର ଭବିଷ୍ୟତ କେତେ ଉନ୍ନତ ଆଉ ଉଜ୍ଜଳ ତାହା ଚିନ୍ତାବ୍ୟକ୍ତ କରି ବୁଦ୍ଧିଜୀବି ଜନତା ପୂର୍ଵ ସରକାରଙ୍କ ଦେଇଛନ୍ତି ଉଚିତ ଜବାବ। ବର୍ତମାନ ନୂତନ ସରକାର ଗଠନ ହୋଇଯାଇଛି……। ବର୍ତ୍ତମାନ ଦେଖିବାକୁ ବାକି ରହିଲା ନୂତନ ସରକାର ଏଭଳି ସମସ୍ୟା ଘେରରେ ଥିବା ଗ୍ରାମ ଗୁଡିକର ସମସ୍ୟା ତରାନ୍ୱିତ କରିବା ଉପରେ,ଧ୍ୟାନ ଦେବେ କେବେ?।
