କୋଇଲା ପରେ ମାଙ୍ଗାନିଜ୍ ଖଣିରେ ଏନଫୋର୍ସମେଣ୍ଟ ଟିମର ଚଢ଼ାଉ

ସୁନ୍ଦରଗଡ଼: ପ୍ରଥମେ କୋଇଲା ଖଣି ପରେ ଏବେ ସୁନ୍ଦରଗଡରେ ମାଙ୍ଗାନିଜ ଲୁହାପଥର ଖଣିରେ ସ୍ପେଶାଲ ଏନଫୋର୍ସମେଣ୍ଟ ଟିମ୍ ର ଚଢାଉ । ସୁନ୍ଦରଗଡ଼ର ତେଲେନଡିହି ପରେ କୋଇଡ଼ା ଖଣି ଅଞ୍ଚଳରେ ପହଞ୍ଚିଛି ସ୍ପେଶାଲ ଏନଫୋର୍ସମେଣ୍ଟ ଟିମ୍ । ଏହି ଚଢାଉରେ ଏନଫୋର୍ସମେଣ୍ଟ ଟିମ୍ ସହ ଡିଡିଏମ୍ ଓ ରେଞ୍ଜର ମଧ୍ୟ ଉପସ୍ଥିତ ଅଛନ୍ତି ।

କୋଇଡାର କେନାଭେଟା, ଗିଡେଇ, ଗଣୁଆ, ମୁଟୁକୁଦର ପାଟମୁଣ୍ଡା ଅଞ୍ଚଳରେ ଦିନ ତମାମ ଖଣିଜ ଗଚ୍ଛିତ ରଖାଯାଇଥିବା ସ୍ଥାନ ବୁଲି ଦେଖିଛି ଟିମ୍ । ବହୁ ଚର୍ଚ୍ଚିତ ତେଲେନଡିହି ବେଆଇନ୍ କୋଇଲା ଖଣିର ସରଜମିନ ତଦନ୍ତ ପରେ କୋଇଡ଼ାରେ ଖଣି ଚୋରିକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ଏନଫୋର୍ସମେଣ୍ଟ ଟିମ ।

ଅନ୍ୟପଟେ ଆଜି କୋଇଲା ଖଣି ଚୋରି ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ସେ କହିଛନ୍ତ ଏହି ଘଟଣାର ତଦନ୍ତ ଚାଲିଛି ପ୍ରମାଣ ସାମ୍ନାକୁ ଆସିଲେ ଦୋଷୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

nis-ad
Leave A Reply

Your email address will not be published.