ଆସିକା ରାଜସ୍ୱ ବିଭାଗ ଦ୍ୱାରା ୧୪୪ ଧାରା ଲାଗିବା ସତ୍ତ୍ୱେ ବେଆଇନ ବାଲି ଘାଟ ରୁ ବାଲି ଚାଲାଣ ଜାରି ….!

ପ୍ରଶାସନ ଦ୍ଵାରା ୧୪୪ ଧାରା ଧର୍ମକୁ ଆଖିଠାର…


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ର ରାଜସ୍ୱ ବିଭାଗ ର କାର୍ଯ୍ୟ କଳାପ ଧର୍ମକୁ ଆଖି ଠାର ସଦୃଶ୍ୟ ହୋଇଛି। ଆସିକା ତହସିଲ ଅନ୍ତର୍ଗତ ଜୟପୁର ପଞ୍ଚାୟତ ର କେନ୍ଦୁପଦର ଓ ପଢ଼ାଳ ଠାରେ ଥିବା ବେଆଇନ ବାଲି ଘାଟ ଉପରେ ରାଜସ୍ବ ବିଭାଗ ପକ୍ଷରୁ ୧୪୪ ଧାରା ଧାର୍ଯ୍ୟ କରାଯାଇଛି। ଏହି ବାଲି ଘାଟକୁ ନେଇ ଦୁଇ ବାଲି ମାଫିଆଙ୍କ ଗୋଷ୍ଠି ମୁହାଁ ମୁହିଁ ହେବା ସହ ଫାଙ୍କା ଗୁଳି ଚାଳଣା ନେଇ ଗୁଜବ ହୋଇଥିଲା। ଗ୍ରାମବାସୀଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା।ସେ ଦିନ ଠାରୁ ଏହି ବେଆଇନ ଘାଟକୁ ଉପରେ ଭଞ୍ଜନଗର ଉପ ଜିଲ୍ଲା ପାଳଙ୍କ ତରଫରୁ ବିଭାଗ ୧୪୪ ଧାରା ଲଗାଇବାକୁ ନିର୍ଦ୍ଧେଶ ଦିଆଯାଇଥିଲା। ବାଲି ମାଫିଆ ଓ ବିଧାୟକ ଙ୍କ ମଧ୍ୟରେ ମାସିକିଆ ବଟି ମାଗିବା ବାବା କଥା ହେବେ ବୋଲି ଅଡିଅ ଭାଇରଲ ହୋଇଥିବାର ନଜିର ରହିଛି। ବର୍ତ୍ତମାନ ବେଆଇନ ବାଲି ଘାଟରୁ ଦିନ ରାତି ଟ୍ରକ, ହାଇୱା ଓ ଟିପର ରେ ବେଧଡ଼କ ବାଲି ଚାଲାଣ ହେଉଛି। ଜିଲ୍ଲାର ବିଭାଗୀୟ ମନ୍ତ୍ରୀ ଥାଇ ରାଜସ୍ୱ ବିଭାଗ ପକ୍ଷରୁ ରୋକ ଲାଗିବା ସତ୍ତ୍ୱେ ଏହି ବେଆଇନ ବାଲି ଘାଟରୁ ବାଲି ଚାଲାଣ କେଉଁ ଅଦୃଶ୍ୟ ଶକ୍ତିର ଇଶାରାରେ ହେଉଛି, ତାହାକୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି। ନୂତନ

ସରକାର ହେବା ପରେ ଜିଲ୍ଲାର କୋଣ ଅନୁକୋଣ ରେ ଲଘୁ ଖଣିଜ ଚୋରା କାରବାର ବଢ଼ିବା ରେ ଲାଗିଛି। ଯେଉଁ ସବୁ ଅଞ୍ଚଳ ରୁ ଲଘୁ ଖଣିଜ ଦ୍ରବ୍ୟ ଲୁଟ ହେଉଛି। ସେ ଅଞ୍ଚଳ ର ନିର୍ବାଚିତ ପ୍ରତିନିଧି ମାନଙ୍କ ଉପରେ ବିଭାଗୀୟ ମନ୍ତ୍ରୀଙ୍କ ଆଶୀର୍ବାଦ ଥିବା ବିରୋଧିଙ୍କ ମଧ୍ୟରେ ଆଲୋଚନା ର ବିଷୟ ହୋଇଛି। ଶୁଣିବାକୁ ମିଳୁଛି ସରକାର ଓ ପ୍ରଶାସନ ଏହି ବାଲି ମାଫିଆ ମାନଙ୍କୁ ସାହାଯ୍ୟ କରିବା ମୁଖ୍ୟ ଉଦେଶ୍ୟ ହେଉଛି ଆଗାମୀ ପଞ୍ଚାୟତ ଓ ମୁନିସିପାଲିଟି ନିର୍ଵାଚନ ଏହିମାନଙ୍କୁ ନେଇ ପାରି ହେବେ l କିନ୍ତୁ ଜିଲ୍ଲା ପ୍ରଶାସନ ଜାଣି ରଖିବା ଉଚ୍ଚିତ ଜେ ଆଗାମୀ ଦିନରେ ଏହି ଚୋରା ବାଲି ମାଫିଆ ମାନଙ୍କ ପାଇଁ କେତେଜେ ମୁଣ୍ଡ ଗଡିପାରେ ତାହା ସମୟ କହିବ l

nis-ad
Leave A Reply

Your email address will not be published.