‘ସୁଭଦ୍ରା’ ଟଙ୍କାରୁ ବଞ୍ଚିତ ଡଙ୍ଗରିଆ ମହିଳା

add-all

ରାୟଗଡା //କଲ୍ୟାଣସିଂହପୁର: ସୁଭଦ୍ରା ଟଙ୍କା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି ନିୟମଗିରି ପାହାଡ଼ରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ ମହିଳାଙ୍କୁ। ବାରମ୍ବାର ଆବେଦନ ସତ୍ତ୍ବେ କଲ୍ୟାଣସିଂହପୁର ବ୍ଲକ ପାର୍ସଲୀ ପଞ୍ଚାୟତର ଅନେକ ଗ୍ରାମର ଡଙ୍ଗରିଆ ମହିଳା ସୁଭଦ୍ରା ଯୋଜନା ସହାୟତା ଅର୍ଥ ପାଇନାହାନ୍ତି। ଯୋଜନା ଆରମ୍ଭରୁ ଏପର୍ଯ୍ୟନ୍ତ ମହିଳାମାନେ ଜନସେବା କେନ୍ଦ୍ର ଓ ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡ଼ିଲେଣି।
ଡଙ୍ଗରିଆଙ୍କୁ ବ୍ୟାଙ୍କ ଜମା ଖାତା, ଜନ୍ମ ପ୍ରମାଣପାତ୍ର, ଆଧାର କାର୍ଡ, ଜବ୍‌କାର୍ଡ ଭଳି ଅତି ଆବଶ୍ୟକ ପ୍ରମାଣପତ୍ର ପ୍ରଦାନ ପାଇଁ ସରକାରୀ ସ୍ତରରେ ପ୍ରୟାସ ହୋଇଥିଲା। ଏଥି ଲାଗି ପାର୍ସଲୀ ପଞ୍ଚାୟତର ଭିନ୍ନ ଭିନ୍ନ ଗ୍ରାମରେ କ୍ୟାମ୍ପ କରି ଥିଲା ପ୍ରଶାସନ। କିଛି ଦିନ କରିବା ପରେ କ୍ୟାମ୍ପକୁ ପ୍ରଶାସନ ବନ୍ଦ କରି ଦେଇଥିବାରୁ ବହୁ ଡଙ୍ଗରିଆ ହିତାଧିକାରୀ ସେମାନଙ୍କ ଅତ୍ୟାବଶ୍ୟକ ପ୍ରମାଣପତ୍ର ପାଇପାରିନାହାନ୍ତି। ଅନେକ ମହିଳାଙ୍କ ବ୍ୟାଙ୍କ ଖାତା ସୁଦ୍ଧା ନାହିଁ। କାହାର ଆଧାରକାର୍ଡ ସହ ମୋବାଇଲ୍ ନମ୍ବର ଲିଙ୍କ୍ ହୋଇନି ତ କାହାର ଆଧାରକାର୍ଡ ସଂଶୋଧନ ହୋଇନି। ଅନେକଙ୍କ ବ୍ୟାଙ୍କ ପାସ୍‌ବୁକ୍‌ରେ ଟଙ୍କା ହିସାବ ନାହିଁ।
ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ବଣ୍ଡା ଜନଜାତିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରି ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିଥିଲେ। କିନ୍ତୁ ନିୟମଗିରିରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ପାଇଁ ସେହି ନିୟମ ଲାଗୁ କରିନାହାନ୍ତି। ଫଳରେ ଅନେକ ଡଙ୍ଗରିଆ ଏହି ଯୋଜନାରୁ ବାଦ୍‌ ପଡ଼ିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି।

ad-week
Leave A Reply

Your email address will not be published.