୧୮ ଜିଲାକୁ ମିଳିଲା ବିଜେଡି ସଭାପତି

add-all

ଭୁବନେଶ୍ୱର,୧୫।୪: ବଡ଼ ଖବର। ବିଜେଡିକୁ ମିଳିଛି ୧୮ ସଭାପତି। ଅର୍ଥାତ ୧୮ ଜିଲାକୁ ମିଳିଲା ବିଜେଡି ସଭାପତି । ବିଜେଡି ସାଙ୍ଗଠନିକ ନିର୍ବାଚନରେ ୧୮ ଜିଲାର ସଭାପତି ଚୟନ ହୋଇଛନ୍ତି। ବିଜେଡିର ସାଗଂଠନିକ ନିର୍ବାଚନରେ ୩୩ ସାଗଂଠନିକ ଜିଲାରୁ ୧୮ଟି ଜିଲା ସଭାପତିଙ୍କ ନାଁ ଘୋଷଣା ହୋଇଛି। ତେବେ ଆସନ୍ତୁ ଜାଣିବା କେଉଁ ଜିଲାରେ କିଏ ହେଲେ ବିଜେଡି ସଭାପତି।
ପୁରୀ ଜିଲା ବିଜେଡି ସଭାପତି ଭାବେ ଉମା ସାମନ୍ତରାୟ ନିର୍ବାଚିତ ହେଇଛନ୍ତି । ସେହିପରି ବରଗଡ଼ ଜିଲା ପାଇଁ ସୁଶାନ୍ତ ମହାପାତ୍ର, ଭଦ୍ରକ ଜିଲା ପାଇଁ ଜଗନ୍ନାଥ ସ୍ବାଇଁ, ବୌଦ୍ଧ ଜିଲା ପାଇଁ ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତ ଦେବଗଡ଼ର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଗଜପତି ପାଇଁ ପ୍ରଦୀପ ନାୟକ, ଜଗତସିଂହପୁର ପାଇଁ ପ୍ରଶାନ୍ତ ମୁଦୁଲି, ଯାଜପୁର ପାଇଁ ସରୋଜ ମହାପାତ୍ର, ଝାରସୁଗୁଡା ପାଇଁ ହରିଶ ଗଣତ୍ରା, କନ୍ଧମାଳ ପାଇଁ ପଦ୍ମନାଭ ବେହେରା ଆଉ ମାଲକାନଗିରିରେ ମାନସ ମାଡକାମୀ ବିଜେଡି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ବିଜେଡି ନିର୍ବାଚନ ଅଧିକାରୀ ପ୍ରତାପ ଦେବ ବଡ଼ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.