ନଦୀ ଭିତରକୁ ଯାଇ ରିଲ୍ କରୁଥିବା ବେଳେ ଭାସିଗଲେ ମହିଳା, ଏପର୍ଯ୍ୟନ୍ତ ମିଳୁନି ପତ୍ତା

ନୂଆଦିଲ୍ଲୀ: ଉତ୍ତରକାଶୀର ମଣିକର୍ଣ୍ଣିକା ଘାଟରେ ଏକ ଦୁଃଖଦ ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୧୪ ଏପ୍ରିଲର ଏହି ଘଟଣାରେ, ଜଣେ ମହିଳା ରିଲ୍ ତିଆରି କରୁଥିବା ସମୟରେ ଗଙ୍ଗା ନଦୀରେ ଭାସି ଯାଇଥିଲେ। ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ମହିଳା ଜଣକ କ୍ୟାମେରା ଆଡ଼କୁ ଚାହିଁ ଧୀରେ ଧୀରେ କୂଳରୁ ନଦୀ ଭିତରକୁ ଯାଉଛନ୍ତି। ଏହା ପରେ ହଠାତ୍ ତାଙ୍କ ପାଦ ଖସିଯାଉଛି ଏବଂ ସେ ଗଙ୍ଗା ନଦୀର ପ୍ରଖର ସ୍ରୋତରେ ଭାସିଯାଉଛନ୍ତି। ଏପର୍ଯ୍ୟନ୍ତ ମହିଳାଙ୍କ ପତ୍ତା ମିଳିପାରିନଥିବା କୁହାଯାଉଛି।
ଭାଥରାଲ ଭିଡିଓରେ ଦେଖାଯାଇଛି ଯେ, ମହିଳାଜଣକ ଅନ୍ୟଜଣକୁ କ୍ୟାମେରା ଧରାଇ ରେକର୍ଡ କରିବାକୁ କହୁଛନ୍ତି। ଏହା ପରେ କ୍ୟାମେରା ଆଡ଼କୁ ଚାହିଁ ଧୀରେ ଧୀରେ କୂଳରୁ ନଦୀ ଭିତରକୁ ଯାଉଛନ୍ତି। ନଦୀ ଭିତରକୁ ଯିବାର କିଛି ସେକେଣ୍ଡ ପରେ ତ‌ାଙ୍କ ପାଦ ଖସିଯାଉଛି ଏବଂ ସେ ପଡ଼ିଯାଉଛନ୍ତି। ନଦୀର ସ୍ରୋତ ପ୍ରଖର ଥିବାରୁ ସେ ଉଠିନପାରି ଭାସିଯାଉଛନ୍ତି।
ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଏସଡିଆରଏଫ୍ ଏବଂ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ବି ଏପର୍ଯ୍ୟନ୍ତ ମହିଳାଙ୍କୁ ଉଦ୍ଧାର କରାଯାଇପାରି ନାହିଁ।

nis-ad
Leave A Reply

Your email address will not be published.