ଭୁବନେଶ୍ୱର,୧୬।୪: ଅନୁଗୁଳ ଜିଲାର ଆଠମଲ୍ଲିକ ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ଶତପଥୀଙ୍କ ଘର ତଲାସୀ ସମୟରେ ୨୧ ଟି ମୂଲ୍ୟବାନ ପ୍ଲଟ୍, ୩୨୬ ଗ୍ରାମ ଓଜନର ସୁନା ଅଳଙ୍କାର, ୧.୦୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟାଙ୍କ ଜମା ଏବଂ ତାଙ୍କ ଆୟ ତୁଳନାରୁ ଅଧିକ ସମ୍ପତ୍ତି ଠାବ କରାଯାଇଛି।
୮ଟି ସ୍ଥାନରେ ଚାଲିଥିବା ସନ୍ଧାନରେ, ଶତପଥୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ କୋଟି କୋଟି ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଏପର୍ଯ୍ୟନ୍ତ ଠାବ କରାଯାଇଛି।
୧) ପ୍ରାୟ ୫୦୦୦ ବର୍ଗଫୁଟ ଅଂଚଳରେ ୨ମହଲା କୋଠା ।
୨) କଟକର ବାରଙ୍ଗରେ ୧ ଏବଂ ଅନ୍ୟ ୨୦ ଟି ପ୍ଲଟ ସମେତ ୨୧ ଟି ମୂଲ୍ୟବାନ ପ୍ଲଟ ।
୩) ଜୁନାଗଡ଼ର ସିଏଚସି ମେଡିକାଲ୍ ଅଫିସର ରାମଚନ୍ଦ୍ର ଶତପଥୀଙ୍କ ଜ୍ୱାଇଁଙ୍କ ଘର ଖୋଜାଖୋଜି ସମୟରେ ୨୩.୯୫ ଲକ୍ଷ ଟଙ୍କା ନଗଦ ଉଦ୍ଧାର କରାଯାଇଛି। ପାଣ୍ଠିର ଉତ୍ସ ଜାଣିବା ପାଇଁ ଉଭୟଙ୍କୁ ପଚରାଉଚରା କରାଯାଉଛି।
୪) ୩୫୦ ଗ୍ରାମ ସୁନା ଅଳଙ୍କାର।
୫) ୧,୦୬,୬୬,୪୭୫/- ଟଙ୍କା ମୂଲ୍ୟର ବ୍ୟାଙ୍କ, ଡାକ ଏବଂ ବୀମା ଜମା।
୬) ୨ଟି ଚାରି ଚକିଆ ଯାନ (ରାମ ଚନ୍ଦ୍ର ସତପଥୀଙ୍କ ନାମରେ ହୋଣ୍ଡା ଜାଜ୍
ଏବଂ ତାଙ୍କ ଜ୍ୱାଇଁଙ୍କ ନାମରେ ହୁଣ୍ଡାଇ i20) ଏବଂ ୨ଟି ଦୁଇ ଚକିଆ ଯାନ।
୭) ୧୭.୩୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଘରୋଇ ସାମଗ୍ରୀ।
