ଏଣିକି ମୃତଦେହ ପରିବହନ ପାଇଁ ରହିବ କଲ୍‌ ସେଣ୍ଟର

add-all

ଭୁବନେଶ୍ୱର,୧୬।୪: ରାଜ୍ୟରେ ଏଣିକି ଶବ ପରିବହନ ପାଇଁ କଲ ସେଣ୍ଟର ରହିବ। ୧୦୮ ଆମ୍ବୁଲାନ୍ସ ସେବା ଭଳି ଏଥିରେ ଟୋଲ ଫ୍ରି ନମ୍ବର ରହିବ। ବୁଧବାର ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି।

ତେବେ ମୃତଦେହକୁ ଘର କିମ୍ବା ଶ୍ମଶାନ ଯାଏ ନେବାକୁ ଏହା କାମ କରିବ। ବିଶେଷକରି ସରକାରୀ ହସ୍ପିଟାଲରେ ପ୍ରାଣ ହରାଇଲେ ମୃତଦେହକୁ ନେବାକୁ ଏହା କାମ କରିବ। ତେବେ ମୃତଦେହ ପରିବହନ ପାଇଁ କିମି ପିଛା ଦର କେତେ ରହିବ ଆଲୋଚନା ହେବ ବୋଲି ଜଣାପଡ଼ିଛି।

କହିରଖୁଛୁ, ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୮ ଆମ୍ବୁଲାନ୍ସ ସେବା ଚାଲୁଛି। ସେହିଭଳି ପ୍ରସୂତିଙ୍କ ଉଦ୍ଦେଶ୍ୟରେ ମଧ୍ୟ ମାଗଣା ଆମ୍ବୁଲାନ୍ସ ବ୍ୟବସ୍ଥା କାର୍ଯ୍ୟ କରୁଛି।

ad-week
Leave A Reply

Your email address will not be published.