ପରମାଣୁ ଅସ୍ତ୍ର ନିକଟତର ଇରାନ, ଚିନ୍ତାରେ ଆମେରିକା ଓ ସାଉଦି ଆରବ

add-all

ପରମାଣୁ ଅସ୍ତ୍ର ତିଆରି କରିବାର ଅତି ନିକଟତର ହୋଇଛି ଇରାନ। ଜାତିସଂଘ ଦ୍ଵାରା ପରିଚାଳିତ ଆନ୍ତର୍ଜାତିକ ପରମାଣୁ ଶକ୍ତି ସଂସ୍ଥା(ଆଇଏଇଏ) ମୁଖ୍ୟ ରାଫାଏଲ୍ ଗ୍ରୋସି ଏହା କହିଛନ୍ତି। ଗ୍ରୋସି ବର୍ତ୍ତମାନ ଇରାନ ଗସ୍ତରେ ରହିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଇରାନ ପରମାଣୁ ଅସ୍ତ୍ର ତିଆରି ଶେଷ କରି ନାହିଁ। ଇରାନ ପାଖରେ ପରମାଣୁ ଅସ୍ତ୍ରର ସମସ୍ତ ଅଂଶବିଶେଷ ଉପଲବ୍ଧ ରହିଛି। ଏହା ଯେକୌଣସି ସମୟରେ ଅଣୁ ଅସ୍ତ୍ର ତିଆରି କରିଦେଇପାରିବ। ପରମାଣୁ ଅସ୍ତ୍ର ତିଆରିରୁ ବିରତ ରହିବା ଲାଗି ଇରାନ ଚୁକ୍ତି ସ୍ବାକ୍ଷର କରିଛି। ମାତ୍ର ଏହି ଚୁକ୍ତିରୁ ଇରାନ ଓହରି ଯାଇ ଗୁପ୍ତରେ ପରମାଣୁ ଅସ୍ତ୍ର ତିଆରି ଚଳାଇଛି।

ଅନ୍ୟପଟେ ଇରାନର ଏହି ଗୁପ୍ତ ଯୋଜନାକୁ ନେଇ ଆମେରିକା ଏବଂ ସାଉଦି ଆରବ ଚିନ୍ତାରେ ପଡ଼ିଯାଇଛନ୍ତି। ଇରାନ ଦୀର୍ଘ ସମୟ ଧରି ପରମାଣୁ ଅସ୍ତ୍ର ତିଆରି କରିବା ଲାଗି ଉଦ୍ୟମ ଚଳାଇଛି। କିନ୍ତୁ ଆମେରିକାର ଧମକ ଏବଂ ପ୍ରତିବନ୍ଧକ ଯୋଗୁ ଇରାନକୁ ପରମାଣୁ ଅସ୍ତ୍ର ନିର୍ମାଣରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।

ସେହିପରି ସାଉଦି ଆରବ ବି ଚିନ୍ତାବ୍ୟକ୍ତ କରିଛି। ଇରାନ ପରମାଣୁ ଅସ୍ତ୍ର ବିକଶିତ କଲେ ସାଉଦି ଆରବ ମଧ୍ୟ ପରମାଣୁ ଅସ୍ତ୍ର ବିକାଶ କରିବା ଦିଗରେ ପଦକ୍ଷେପ ନେବ ବୋଲି ଚେତାବନୀ ଦେଇଛନ୍ତି। ମଧ୍ୟପ୍ରାଚ୍ୟରେ ଏହା ଅତ୍ୟନ୍ତ ଜଟିଳ ପରିସ୍ଥିତି ସୃଷ୍ଟି କରିବ ବୋଲି ଆମେରିକା କହିଛି। ଇରାନର ଏଭଳି ପଦକ୍ଷେପ ଅନ୍ୟ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ପରମାଣୁ ଅସ୍ତ୍ର ତିଆରି କରିବା ଦିଗରେ ସାହସ ଦେବ ବୋଲି ଆମେରିକା କହିଛି, ଯାହା ସାରା ବିଶ୍ଵ ପାଇଁ ଚିନ୍ତାର ବିଷୟ ପାଲଟିବ।

ad-week
Leave A Reply

Your email address will not be published.