ପଡୋଶୀ ରାଜ୍ୟକୁ ହେଉଥିଲା ଗଞ୍ଜେଇ ଚାଲାଣ, ମାଡ଼ି ବସିଲା ପୋଲିସ

add-all

ବାଲେଶ୍ୱର: ବେଆଇ ଗଞ୍ଜେଇ ବେପାର ଥମିବାର ନାଁ ଧରୁନି। କେତେବେଳେ ରାଜ୍ୟ ଭିତରେ ଚାଲାଣ ହେଉଛି ତ କେତେବେଳେ ରାଜ୍ୟ ବାହାରେ। ଏବେ ଓଡିଶା ସୀମା ପାର କରି ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ମାଡି ବସିଲା ତାଳସାରୀ ପୋଲିସ। ଭୋଗରାଇର ଉଦୟପୁର ବର୍ଡରରୁ ଜବତ ହେଲା ଗୋଟିଏ ବସ୍ତା ଗଞ୍ଜେଇ।

ଏଥିରେ ସମ୍ପୃକ୍ତ ଥିବା ଜଣେ ମହିଳା ଏବଂ ଯୁବକଙ୍କୁ ଅଟକ ରଖିଛି ପୋଲିସ। ଉଭୟଙ୍କ ଘର ପଶ୍ଚିମବଙ୍ଗର ବର୍ଦ୍ଧମାନ ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରେ ଜଳେଶ୍ୱର ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ସୂଚନା ମୁତାବକ, ଗୁରୁବାର ଭୋର ୫ ଟା ବେଳେ ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥ ଭୋଗରାଇ ବ୍ଳକ ସାହାବାଜିପୁର ବର୍ଡର ନିକଟରେ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ହେଉଥିଲା।

ମହିଳାଙ୍କ ସହ ମିଶି ଯୁବକ ଜଣକ ଗଞ୍ଜେଇ ବସ୍ତାକୁ ମୁଣ୍ଡାଇ ନେଇ ବର୍ଡର ପାର କରୁଥିଲେ। ଏହି ସମୟରେ ବର୍ଡରରେ ତାଳସାରୀ ପୋଲିସର ଚେକିଂ ଚାଲିଥିଲା। ଚେକିଂରେ ଧରା ପଡ଼ିବାରୁ ବସ୍ତାଟିକୁ ଯାଞ୍ଚ କରିଥିଲା ପୋଲିସ। ଯାଞ୍ଚ କରିବାରୁ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ବାହାରିଥିଲା।

ad-week
Leave A Reply

Your email address will not be published.