ଅବକାରୀ ବିଭାଗ ନାଁରେ ସାଂଘାତିକ ଅଭିଯୋଗ, ରାଜେଶକୁ ହତ୍ୟା କରିଥିବା କହିଲେ ସ୍ତ୍ରୀ ଓ ଝିଅ

ରାଉରକେଲା: ଅବକାରୀ ବିଭାଗ ନାଁରେ ସାଂଘାତିକ ଅଭିଯୋଗ । ମଦ ଅଭିଯୋଗରେ ବାପାକୁ ଉଠାଇ ନେଲେ ଅବକାରୀ ବିଭାଗ । ଏବେ ମୋ ବାପା ଆମ ଗହଣରେ ନାହାଁନ୍ତି । ମୋ ବାପାକୁ ମାଡ଼ ମାରି ହତ୍ୟା କରିଛନ୍ତି । ଏଭଳି ଅଭିଯୋଗ କରିଛନ୍ତି ବାପାକୁ ହରାଇଥିବା ଝିଅ । ବୀରମିତ୍ରପୁରର ରାଏବୋଗା ଥାନା ଅନ୍ତର୍ଗତ ଦଲକି ଗାଁରୁ ଆସିଛି ଏଭଳି ଅଭିଯୋଗ । ୪୫ ବର୍ଷୀୟ ରାଜେଶ୍ କୁଜୁର କୁ ଅବକାରୀ ହାଜତରେ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ସ୍ତ୍ରୀ ଓ ଝିଅ ।

ଗତକାଲି ସକାଳୁ ଦେଶୀ ମଦ କାରବାର ଅଭିଯୋଗରେ ବୀରମିତ୍ରପୁର ଅବକାରୀ ବିଭାଗ ପକ୍ଷରୁ ଗାଁ ଘରୁ ଉଠାଇ ଆଣି ଥିଲେ ଅବକାରୀ ବିଭାଗ ର କର୍ମଚାରୀ। ଅବକାରୀ ବିଭାଗ ଉଠାଇ ଆଣିବା ସମୟରେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ରାଜେଶ୍ କୁ ରାଉରକେଲା ର ସ୍ବତନ୍ତ୍ର ଜେଲ୍ କୁ ପଠାଇଥିଲେ। ହଠାତ୍ ରାତି ଦଶଟା ରେ ଅସୁସ୍ଥ ହୋଇପଡିବାରୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ପରିବାର ଲୋକଙ୍କୁ ଖବର ଦେଇଥିଲେ ବୀରମିତ୍ରପୁର ଅବକାରୀ ବିଭାଗ। ସକାଳୁ ରାଜେଶ୍ ର ପରିବାର ଲୋକେ ରାଉରକେଲା ସରକାରୀ ଡାକ୍ତରଖାନାରେ ପହଞ୍ଚିବା ପରେ ତାର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ। ସମ୍ପୂର୍ଣ୍ଣ ସୁସ୍ଥ ଥିବା ମୃତ ରାଜେଶ୍ ର ଫାଟି ଯାଇଥିବା ମୁଣ୍ଡରେ ବେଣ୍ଡେଜ ଲଗାଯାଇଥିବା ଯୋଗୁଁ ତାକୁ ମାଡ଼ ମାରି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ।

ଚାଷବାସ କରି ଚାରୋଟି ପୁଅଝିଅଙ୍କୁ ପାଠଶାଠ ପଢ଼ାଇ ପରିବାର ପ୍ରତିପୋଷଣ କରୁଥିବା ରାଜେଶର ସନ୍ଦେହଜନକ ମୃତ୍ୟୁ କୁ ନେଇ ତଦନ୍ତ ଦାବି କରିଛନ୍ତି। ଆଗକୁ ଆମର ପର୍ବ ଥିବାରୁ ମା’ ଘରେ ମଦ ପ୍ରସ୍ତୁତ କରି ରଖିଥିଲା ସେଥିପାଇଁ ଅବକାରୀ ବିଭାଗ କର୍ମଚାରୀ ମୋ ବାପା କୁ ନେଇ ଯାଇଥିଲେ ବୋଲି କହିଛି ଝିଅ ଶ୍ରେୟା କୁଜୁର । ଅପରପକ୍ଷରେ ଅବକାରୀ ବିଭାଗର କୌଣସି ପ୍ରତିକ୍ରିୟା ମିଳିପାରିନି ।

nis-ad
Leave A Reply

Your email address will not be published.