ଭୁବନେଶ୍ୱର : ବିଜୁ ଜନତା ଦଳ ସାଂଗଠନିକ ନିର୍ବାଚନ। ବିଜେଡି ରାଜ୍ୟ ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ନବୀନ ପଟ୍ଟନାୟକ । ଏକମାତ୍ର ପ୍ରାର୍ଥୀଭାବେ ନବମ ଥର ପାଇଁ ରାଜ୍ୟ ବିଜେଡି ସଭାପତି ହେବାକୁ ନାମାଙ୍କନ ଭରିଛନ୍ତି ନବୀନ । ଦିନ ୧୦ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା । ଏହି ସମୟ ମଧ୍ୟରେ କେବଳ ନବୀନ ପଟ୍ଟନାୟକ ନାମାଙ୍କନ ଭରିଛନ୍ତି । ନବୀନ ନାମାଙ୍କନ ଭରିବା ବେଳେ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ଶଙ୍ଖ ଭବନରେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଛନ୍ତି ।
ଏପ୍ରିଲ ୧୯ରେ ବିଜେଡି ରାଜ୍ଯ କାର୍ଯ୍ୟକାରିଣୀ ବୈଠକ ବସି ସଭାପତିଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା ହେବ । ଏହା ଭିତରେ ୧୮ ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ନା ଘୋଷଣା କରାଯାଇଛି । ଏହାସହ ୩୫୫ ଜଣ ସଦସ୍ୟ ବିଶିଷ୍ଟ ବିଜେଡିର ରାଜ୍ଯ ପରିଷଦ ଗଠନ ହୋଇଛି ।
