ତେଜସ୍ବୀ ଯାଦବ ହେବେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା !

ପାଟଣା: ବିହାରରେ ମହାମେଣ୍ଟରୁ କିଏ ହେବ ମୁଖ୍ୟମନ୍ତ୍ରୀ ଚେହେରା ? ବିହାର ନିର୍ବାଚନକୁ ନେଇ ଏବାଠାରୁ ଅଙ୍କକଷା ଚାଲିଥିବା ବେଳେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ମୁହଁ କିଏ ବୋଲି ଚର୍ଚ୍ଚା ଚାଲିଛି । ଇତିମଧ୍ୟରେ ଗତକାଲି ମହାମେଣ୍ଟର ବୈଠକ ବି ବସିସାରିଛି । ଆଉ ବୈଠକରେ ମୁଖ୍ୟମନ୍ତ୍ରୀ ଚେହେରାଙ୍କ ନାମ ଯଦିଓ ବିଧିବଦ୍ଧ ଭାବେ ଘୋଷଣା ହୋଇନି ମାତ୍ର ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ବୀ ଯାଦବ ବୋଲି ଖୁଲମଖୁଲା କହିଛନ୍ତି ଆରଜେଡି ସାଂସଦ ମନୋଜ ଝା । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି- ଯେମିତି ପୂର୍ବରୁ ସୂର୍ଯ୍ଯ ଉଦୟ ହେବା ସୁନିଶ୍ଚିତ ସେମିତି ତେଜସ୍ବୀ ମୁଖ୍ୟମନ୍ତ୍ରୀ ଚେହେରା ହେବା ନିଶ୍ଚିତ ।

ତେବେ ବିହାର ବିଧାନସଭା ନିର୍ବାଚନ ଚଳିତ ବର୍ଷ ଶେଷ ଆଡକୁ ଥିବା ବେଳେ ଏବେଠାରୁ ନିର୍ବାଚନକୁ ନେଇ ଆରମ୍ଭ ହେଲାଣି ରଣନୀତି ତିଆରି । ଏନଡିଏ ନିର୍ବାଚନକୁ ଫୋକସ କରୁଥିବା ବେଳେ ଏପଟେ କଂଗ୍ରେସ ସହ ରଣନୀତି ଆରମ୍ଭ କରିଛି ଆରଜେଡି । ଗତ କିଛି ଦିନ ତଳେ ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଥିଲେ ତେଜସ୍ବୀ । ଆଉ ଦୁହିଁଙ୍କୁ ସାକ୍ଷାତ କରିବା ପରେ ନୀତୀଶଙ୍କ ଉପରେ ବର୍ଷିଥିଲେ । ରାହୁଲଙ୍କୁ ଭେଟିବା ପରେ ନୀତୀଶଙ୍କୁ ନିଶାନା କରି ତେଜସ୍ବୀ କହିଥିଲେ ହାଇଜାକ୍ ହୋଇ ସାରିଛନ୍ତ ନୀତୀଶ ଜୀ… ରାଜ୍ୟରେ ଏନଡିଏ ସରକାରର ୨୦ ବର୍ଷ ପରେ ମଧ୍ୟ ବିହାର ସବୁଠାରୁ ଗରିବ ରାଜ୍ୟ ହୋଇ ରହିଛି । ମାତ୍ର ଏଥର ଆମେ ବିହାରକୁ ବିକାଶ ଦିଗରେ ନେଇଯିବାକୁ ଚାହୁଁଛୁ । ଏଥର ବିହାରରେ ଏନଡିଏ ସରକାର ଗଠନ କରୁନାହିଁ ବୋଲି ସ୍ପଷ୍ଟ କରି ଟାର୍ଗେଟ୍ କରିଥିଲେ ତେଜସ୍ବୀ ।

nis-ad
Leave A Reply

Your email address will not be published.