ଅକ୍ଷୟ ତୃତୀୟା ସୁଦ୍ଧା ସରିବ ପୁରୀ ଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାର ମରାମତି କାମ : ଜଷ୍ଟିସ ବିଶ୍ୱନାଥ ରଥ

add-all

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ରତ୍ନଭଣ୍ଡାର ମରାମତି କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ଆଜି ସକାଳେ ଜଷ୍ଟିସ ବିଶ୍ୱନାଥ ରଥ ମହାପ୍ରଭୁଙ୍କ ଦର୍ଶନ କରି ରତ୍ନଭଣ୍ଡାର ମରାମତି କାର୍ଯ୍ୟର ଅନୁଧ୍ୟାନ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଶ୍ରୀମନ୍ଦିର ପ୍ରଶାସନ ଏବଂ ଏଏସଆଇ କାର୍ଯ୍ୟର ଶୀଘ୍ର ସମାପ୍ତି ପାଇଁ ସମସ୍ତ ପ୍ରୟାସ କରୁଛନ୍ତି, ଏହା  ଆହୁରି ୭୫ ଏବଂ ୧୦୦ ବର୍ଷ ପାଇଁ ରତ୍ନଭଣ୍ଡାରକୁ ସୁରକ୍ଷିତ ରଖିପାରିବ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଭିତର ଭଣ୍ଡାରର ମରାମତି କାମ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇଛି। ଭିତର ଏବଂ ବାହାର ଭଣ୍ଡାରକୁ ସଂଯୋଗ କରୁଥିବା ପାଞ୍ଚଟି ଜୀର୍ଣ୍ଣ ବିମ୍‌କୁ ମଧ୍ୟ ଦୃଢ଼ ଷ୍ଟିଲ ବିମ୍ ସହିତ ବଦଳାଯାଇଛି। ବାହାର ଭଣ୍ଡାରର କାମ ଆରମ୍ଭ ହୋଇଯାଇଛି। ମରାମତି କାର୍ଯ୍ୟ ସମାପ୍ତ ହେଲା ପରେ ମହାପ୍ରଭୁଙ୍କର ସୁନା ଏବଂ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ।

ଠାକୁରଙ୍କର ବିଭିନ୍ନ ସମୟରେ ସ୍ବତନ୍ତ୍ର ନୀତିକାନ୍ତି ଏବଂ ଭକ୍ତଙ୍କ ପ୍ରବଳ ଭିଡ ଯୋଗୁ ବିଭିନ୍ନ ସମୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରଖାଯାଉଛି। । ତଥାପି, ପ୍ରତିଦିନ ପ୍ରାୟ ୩ରୁ ୪ ଘଣ୍ଟା କାମ କରାଯାଉଛି। ସ୍ନାନପୂର୍ଣ୍ଣିମା ପରେ ଏବଂ ପଟ୍ଟି ସେବା ସମୟରେ ଆମେ କୌଣସି କାମ କରିପାରିବୁ ନାହିଁ। ତେଣୁ ଅକ୍ଷୟ ତୃତୀୟା ସୁଦ୍ଧା କାମ ସମାପ୍ତ କରିବାକୁ ପ୍ରୟାସ ଜାରି ରହିଛି ବୋଲି ଜଷ୍ଟିସ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି ।

ଏଥିସହ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମେଘନାଦ ପାଚେରୀରୁ ଭଙ୍ଗା ଯାଇଥିବା ମଗର ମୁଣ୍ଡ ପୁଣି ଥରେ ସ୍ଥାପନ କରାଯାଇଛି । ପ୍ରାଚୀରର ବହୁ ପୁରାତନ କୀର୍ତ୍ତିରାଜିକୁ ଭାଙ୍ଗି ସେଠାରେ ଏକ ବଡ଼ ପାଇପ ସଂଯୋଗ କରାଯାଇଥିଲା । ଯାହାକୁ ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଥିଲା ।

ad-week
Leave A Reply

Your email address will not be published.