ରାଉରକେଲା : ପୁଣି ଲ୍ୟାଣ୍ଡମାଇନ ବିସ୍ଫୋରଣ । ଓଡିଶା ଝାରଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲ ବରଖେରା ନିକଟରେ IED ବ୍ଲାଷ୍ଟ ହୋଇଛି । ସିଆରପିଏଫ ୧୭୪ ବାଟାଲିୟନର ଯବାନ କୁମ୍ବି ଅପରେସନ ସାରି ଫେରୁଥିବା ବେଳେ ଜଣେ ଯବାନ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ଯବାନଙ୍କୁ ଦୁଇଟି ବାଇକରେ ଅନ୍ୟ ଯବାନ ନିକଟସ୍ଥ ବିଶ୍ରା ହସ୍ପିଟାଲକୁ ଆଣୁଥିବା ବେଳେ ଏକ ସଂକୀର୍ଣ୍ଣ ପୋଲ ନିକଟରେ ଏହି ବିସ୍ଫୋରଣ ହୋଇଥିଲା । ଏଥିରେ ଯବାନଙ୍କ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି।
ନକ୍ସଲଙ୍କ ବିରୋଧରେ ଯବାନଙ୍କ ମିଳିତ କୁମ୍ବିଂ ଅପରେସନକୁ ରୋକିବା ପାଇଁ ନକ୍ସଲ ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇନ ବିଛାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ସୁରକ୍ଷାକର୍ମୀ ସମ୍ପୃକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରିଥିବା ସୂଚନା ମିଳିଛି ।
