ଫ୍ଲୋରିଡା ବିଶ୍ବବିଦ୍ୟାଳୟରେ ଗୁଳିକାଣ୍ଡ କରିଥିବା ଯୁବକ କିଏ ?

add-all

ଫ୍ଲୋରିଡା : ଆମେରିକାର ତାଲାହାସିରେ ଥିବା ଫ୍ଲୋରିଡା ଷ୍ଟେଟ୍ ୟୁନିଭରସିଟି (ଏଫଏସୟୁ)ରେ ଘଟିଥିବା ଗୁଳିକାଣ୍ଡ ଘଟଣା ପୁଣିଥରେ ଆମେରିକାକୁ ଦୋହଲାଇ ଦେଇଛି। ଗୁଳିଚାଳନା ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି। ଗୁରୁବାର (ସ୍ଥାନୀୟ ସମୟ) ବିଶ୍ୱବିଦ୍ୟାଳୟର ଛାତ୍ର ସଂଘ ନିକଟରେ ଜଣେ ୨୦ ବର୍ଷୀୟ ଯୁବକ ଛାତ୍ରମାନଙ୍କ ଉପରେ ଗୁଳି ଚଳାଇବାରୁ ଏହି ଗୁଳିକାଣ୍ଡ ଘଟିଥିଲା।

ତାଲାହାସି ପୋଲିସ ମୁଖ୍ୟ ଲରେନ୍ସ ରେଭେଲ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଅଭିଯୁକ୍ତକୁ ପରେ ପୋଲିସ ଗୁଳି କରିଥିଲା, ଯେଉଁଥିରେ ସେ ଆହତ ହୋଇଥିଲା। ପୁଲିସ ତାକୁ ଆତ୍ମସମର୍ପଣ କରିବାକୁ କହିଥିଲା, କିନ୍ତୁ ସେ ଆଦେଶ ପାଳନ କରିନଥିଲା। ଗୁଳି ବାଜିବା ପରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେ ପୁଲିସ ଅଧିକାରୀଙ୍କ ଉପରେ ଗୁଳି ଚଳାଇଥିବା ଦାବିକୁ ରେଭେଲ ଖଣ୍ଡନ କରିଥିଲେ ।

ଲିଓନ୍ କାଉଣ୍ଟି ସେରିଫ୍ ୱାଲ୍ଟର ଏ. ସନ୍ଦିଗ୍ଧ ବ୍ୟକ୍ତିକୁ ୨୦ ବର୍ଷୀୟ ଫୋନିକ୍ସ ଇକନର ଭାବରେ ଚିହ୍ନଟ କରାଯାଇଛି। ସେ ଲିଓନ୍ କାଉଣ୍ଟି ସେରିଫ୍‌ଙ୍କ ଡେପୁଟିଙ୍କ ପୁଅ। ସନ୍ଦିଗ୍ଧ ବନ୍ଧୁକଧାରୀଙ୍କ ପାଖରେ ତାଙ୍କ ମାଆଙ୍କ ଅସ୍ତ୍ର ଥିଲା। ପୁଲିସ ତାଠାରୁ ଆଉ ଏକ ହାଣ୍ଡଗନ ବି ଜବତ କରିଛି। 

ad-week
Leave A Reply

Your email address will not be published.