ସାତକୋଶିଆରେ ଛଡାଗଲା ୭ଟି ଘଡିଆଳ କୁମ୍ଭୀର

add-all

ନୟାଗଡ଼: ସାତକୋଶିଆରେ ଛଡାଗଲା ୭ଟି ଘଡିଆଳ କୁମ୍ଭୀର। ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ସୁନାଖଣିଆରେ ସାତକୋଶିଆ ଗଣ୍ଡ ଅଭୟାରଣ୍ୟର ପ୍ରାକୃତିକ ପରିବେଶରେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୭ଗୋଟି ଘଡିଆଳ କୁମ୍ଭୀର ମହାନଦୀରେ ଛଡାଯାଇଛି। ସେଥିରେ ୫ଗୋଟି ମାଈ ଘଡିଆଳ ସହିତ ୨ ଗୋଟି ପୁରୁଷ ଘଡିଆଳ କୁମ୍ଭୀର ରହିଥିବା ସୂଚନା ମିଳିଛି।

୭ ଗୋଟି ଘଡିଆଳ କୁମ୍ଭୀର ମଧ୍ୟରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ୫ ଗୋଟି ଏବଂ ଅନୁଗୁଳ ଜିଲ୍ଲା ଟିକରପଡାସ୍ଥିତ ଘଡିଆଳ ସଂରକ୍ଷଣ ପ୍ରକଳ୍ପରୁ ଦୁଇଗୋଟି ଘଡିଆଳ କୁମ୍ଭୀରକୁ ପ୍ରାଣୀ ଉଦ୍ୟାନରୁ ଅଣାଯାଇ ସେମାନଙ୍କୁ ସାତକୋଶିଆ ଗଣ୍ଡ ଅଭୟାରଣ୍ୟ ପ୍ରାକୃତିକ ପରିବେଶରେ ଛଡାଯାଇଛି।

ପ୍ରାକୃତିକ ପରିବେଶରେ ସେମାନେ କିପରି ଚଳପ୍ରଚଳ କରୁଛନ୍ତି ସେ ଦିଗରେ ଅନୁଧ୍ୟାନ ପାଇଁ ସମସ୍ତ ଘଡିଆଳ ଲାଞ୍ଜରେ ଟ୍ରାନ୍ସମିଟର ଖଞ୍ଜା ଯାଇଛି। ଘଡିଆଳ କୁମ୍ଭୀର ମହାନଦୀରେ ଛଡାଯିବା ସମୟରେ ବନ ବିଭାଗକ ବହୁ ଅଧିକାରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.