ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା, ବିଜାପୁରରେ ଟପ ମାଓନେତା ହିଡ଼ମାର ବଙ୍କର ଠାବ

ମାଲକାନଗିରି : ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା । ଟପ ମାଓନେତା ହିଡ଼ମାର ବଙ୍କର ଠାବ । ଛତିଶଗଡ଼ର ବିଜାପୁରରେ ଟପ ମାଓନେତା ହିଡ଼ମାର କଂକ୍ରିଟ ଓ ଇଟାରେ ନିର୍ମିତ ବଙ୍କରକୁ ଖୋଜି ବାହାର କରିଛନ୍ତି ସୁରକ୍ଷାବାହିନୀ । ପ୍ରଥମ ଥର ପାଇଁ ଏଭଳି କଂକ୍ରିଟରେ ନିର୍ମିତ ମାଓ ବଙ୍କର ଠାବ କରିଛନ୍ତି ସୁରକ୍ଷାବାହିନୀ । ହିଡ଼ମା ନାଁରେ ଏକ କୋଟି ଟଙ୍କାର ପୁରସ୍କାର ରାଶି ରହିଛି ।

ଦୁଇମାସ ତଳେ ଟପ୍ ମାଓ ନେତା ହିଡ଼ମାକୁ ବଡ଼ ପଦବୀରୁ ହଟାଇଲା ମାଓ ସଂଗଠନ । ବିଜାପୁର ଲ୍ୟାଣ୍ଡମାଇନ ବିସ୍ପୋରଣରେ ୮ଯବାନ ସହିଦ ଘଟଣା ଏବଂ ଗଡ଼ଚିରୋଲୀ ଜଙ୍ଗଲରେ ୬୭ଜଣ ଯବାନ ସହିଦ ଭଳି ଅନେକ ବଡ଼ବଡ଼ ହିଂସାକାଣ୍ଡର ମାଷ୍ଟର ମାଇଣ୍ଡ ଥିଲା ହିଡ଼ମା ।

nis-ad
Leave A Reply

Your email address will not be published.