ଓ୍ବାକଫ ଆଇନ: ମୋଦୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ମୁସଲମାନ ସମ୍ପ୍ରଦାୟ

add-all

ଓ୍ବାକଫ ସଂଶୋଧନ ଆଇନ ୨୦୨୫ର ଦୁଇଟି ଗୁରୁତ୍ଵପୂର୍ଣ୍ଣ ପ୍ରାବଧାନ ଉପରେ ସୁପ୍ରିମକୋର୍ଟ ଗୁରୁବାର ସ୍ଥିତାବସ୍ଥା ଜାରି କରିଛନ୍ତି। ଆଗାମୀ ଶୁଣାଣି ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଓ୍ବାକଫ ଆଇନକୁ ନେଇ ବିବାଦ ଆରମ୍ଭ ହୋଇଥିବାବେଳେ କିଛି ମୁସଲମାନ ସମ୍ପ୍ରଦାୟ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଆଇନରେ ସଂଶୋଧନ ଆଣିଥିବାରୁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଦାଉଦୀ ବୋହରା ମୁସଲମାନ ସମ୍ପ୍ରଦାୟର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ଭେଟିବା ଅବସରରେ କହିଛନ୍ତି ଯେ, ଆଇନରେ ସଂଶୋଧନ ଆଣିବା ଲାଗି ସେମାନେ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ। ପ୍ରଧାନମନ୍ତ୍ରୀଙ୍କ ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ଵାସ ଦୃଷ୍ଟିକୋଣ ଉପରେ ସେମାନଙ୍କର ବିଶ୍ଵାସ ରହିଥିବା ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ସାରା ବିଶ୍ଵ ଦେଖୁ ଯେ ଓ୍ବାକଫ ନାଁରେ କ’ଣ ହୋଇଛି ଏବଂ ଆଗକୁ କ’ଣ ସବୁ ହୋଇପାରିବ। ଯେତେବେଳେ ଗରିବରୁ ଅତି ଗରିବ ଲୋକଙ୍କ ଆଶୀର୍ବାଦ ମିଳିବ ସେତେବେଳେ ତାଙ୍କ ଶକ୍ତି ଅନେକ ଗୁଣା ବଢ଼ିଯାଏ। ଆମ କାର୍ଯ୍ୟ ଗରିବଙ୍କ ହାତରେ ସେମାନଙ୍କ ଅଧିକାର ଦେବା। ବ୍ୟବସ୍ଥା ଦେବା। ଏପରି ଲୋକଙ୍କ ପାଇଁ ଆମେ ଏତେ ବଡ଼ ଲଢ଼େଇ ଜାରି ରଖିଛୁ ବୋଲି କହିଥିଲେ।

ad-week
Leave A Reply

Your email address will not be published.