ମାଲକାନଗିରି: ଭୁଶୁଡୁଛି ଲାଲଗଡ଼ । ୨୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ଛତିଶଗଡ଼ର ସୁକମା ଜିଲ୍ଲା ଏସପିଙ୍କ ନିକଟରେ ୨୨ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ନାଁରେ ୪୦ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା ।
ପୋଲିସର ଗୋଟିଏ ପରେ ଗୋଟିଏ ଏନକାଉଣ୍ଟରରେ ନିହତ ହେଲେଣି ଶତାଧିକ ମାଓବାଦୀ । ଜୀବନ ବଞ୍ଚାଇବାକୁ ଏବେ ବାଟ ଖୋଜୁଛନ୍ତି ମାଓବାଦୀ । ତେଣୁ ପୋଲିସ ନିକଟରେ ଆତ୍ମସମର୍ପଣ କଲେଣି ଶହ ଶହ ମାଓବାଦୀ ।
ଆଜି ଛତିଶଗଡ଼ ସରକାରଙ୍କ ପୁନର୍ବାସ ଯୋଜନାରେ ଆକର୍ଷିତ ହୋଇ ୨୨ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ସୁକମା SP କହିଛନ୍ତି ।
