ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’

add-all

‘ଭଗବଦ ଗୀତା’ ଏବଂ ଭରତ ମୁନିଙ୍କ ‘ନାଟ୍ୟଶାସ୍ତ୍ର’କୁ ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସାମିଲ କରାଯାଇଛି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତ ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି। ଏହା ପ୍ରତ୍ୟକ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମୋଦୀ କହିଛନ୍ତି, ୟୁନେସ୍କୋର ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ଗୀତା ଏବଂ ନାଟ୍ୟଶାସ୍ତ୍ରକୁ ସାମିଲ କରାଯିବା ଅର୍ଥ ଆମ ଶାଶ୍ଵତ ବୁଦ୍ଧିମତ୍ତା ଏବଂ ସମୃଦ୍ଧ ସଂସ୍କୃତିକୁ ବିଶ୍ଵସ୍ତରରେ ମାନ୍ୟତା ମିଳିବା। ଗୀତା ଏବଂ ନାଟ୍ୟଶାସ୍ତ୍ରର ଅନ୍ତଃଦୃଷ୍ଟି ଦୁନିଆକୁ ପ୍ରେରଣା ଯୋଗାଇ ଆସିଛି। ଏହି ଦୁଇ ଅଭିଲେଖାକୁ ମିଶାଇ ମୋଟ ୧୪ଟି ଅଭିଲେଖା ୟୁନେସ୍କୋର ଏହି ଅନ୍ତର୍ଜାତୀୟ ରେଜିଷ୍ଟରରେ ସାମିଲ ହୋଇଛନ୍ତି।

ad-week
Leave A Reply

Your email address will not be published.