ସୁନା ଓ ରୁପା ଛାଉଣି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗେଟ୍‌

add-all

ପୁରୀ: ସୁନା ଓ ରୁପା ଛାଉଣି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗେଟ୍‌। ଶ୍ରୀଜଗନ୍ନାଥ ମନ୍ଦିର ଭିତର ରତ୍ନଭଣ୍ଡାର ଗେଟକୁ ସୁନା ଛାଉଣି ଓ ବାହାର ରତ୍ନଭଣ୍ଡାର ଗେଟ୍‌କୁ ରୂପା ଛାଉଣି କରାଯିବାକୁ ପ୍ରସ୍ତାବ ରହିଛି। ଏହି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି।

ଖୁବ୍‌ଶୀଘ୍ର ଏହା ରୂପ ନେବ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ। ରତ୍ନଭଣ୍ଡାର ମରାମତି ସମ୍ପର୍କରେ ସେ ସୂଚନା ଦେଇ ଆହୁରି କହିଛନ୍ତି, ଭିତର ରତ୍ନଭଣ୍ଡାରର ଭିତର ପାର୍ଶ୍ୱ କାମ ପ୍ରାୟ ସରିଗଲାଣି।

ବାହାର ରତ୍ନଭଣ୍ଡାର କାମ ଚାଲିଛି। ବାହାର ଭଣ୍ଡାର ସରିବା ପରେ ଚଟାଣ କାମ ହେବ। ଶିଳ୍ପୀ ଶାସ୍ତ୍ର ମୁତାବକ ଚଟାଣ ମରାମତି କରାଯିବ। ରତ୍ନଭଣ୍ଡାର ବାହାର ପାର୍ଶ୍ୱ ମଧ୍ୟ ମରାମତି ଓ ସଂରକ୍ଷଣ ସରିବାକୁ ଯାଉଛି ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.