ଭୁବନେଶ୍ୱର: ରାଜ୍ୟରେ ଆହୁରି ୫ଦିନ କାଳବୈଶାଖୀ ଆଶଙ୍କା । ଆଗାମୀ ସାତଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସହ ବିଜୁଳି ଘଡଘଡି ଓ କୁଆପଥର ମାଡ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୦ତାରିଖରେ ପଶ୍ଚିମ ଓଡିଶାର କେତେକ ଜିଲ୍ଲା ଛାଡିଦେଲେ ରାଜ୍ୟରେ ବିକ୍ଷିପ୍ତ ବର୍ଷା ଜରି ରହିବ । ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣଂ ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ବିଶେଷକରି ଉତ୍ତର ଓ ଦକ୍ଷିଣ ଓଡିଶାକୁ ଅରେଞ୍ଜ ଆଲର୍ଟ ରହିଥିବା ବେଳେ ଉପକୂଳ ଓଡିଶାକୁ ରହିଛି ୟେଲୋ ୱାର୍ଣ୍ଣିଂ ।
୨୧ତାରିଖରେ ଉତ୍ତର ଓଡିଶାର ୪ଜିଲ୍ଲା ମୟୁରଭଞ୍ଜ, କେଉଁଝର, ବାଲେଶ୍ବର ଓ ଭଦ୍ରକରେ ବର୍ଷା ସମ୍ଭାବନା ଥିବା ବେଳେ ଦକ୍ଷିଣ ଓଡିଶାରେ ବି ବର୍ଷାର ପ୍ରଭାବ ରହିବ । ଏଥିପାଇଁ ଏହି ସମସ୍ତ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ୨୨ତାରିଖରେ ଦକ୍ଷିଣ ଓଡିଶାର କିଛି ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ୟେଲୋ ଆଲର୍ଟ ଦିଆଯାଇଥିବା ବେଳେ ୨୩ତାରିଖରେ ବର୍ଷାର ପ୍ରକୋପ କମି ୩ଜିଲ୍ଲା ରାୟଗଡା, କୋରାପୁଟ ଓ ମାଲକାନଗିରିରେ ସିମୀତ ରହିବ । ଅନ୍ୟପଟେ ଗତ ୨୪ଘଣ୍ଟାରେ ପଶ୍ଚିମ ଓଡିଶାରେ ଉପରମୁହାଁ ରହିଛି ପାରଦ । ଅନେକ ଜିଲ୍ଲାରେ ୪୦ଡିଗ୍ରୀ ଉପରେ ରହିଛି ତାପମାତ୍ରା ।
