ଗର୍ଭବତୀ ନାବାଳିକା ଝିଅକୁ ଜିଅନ୍ତା ପୋଡ଼ି ଦେବା ମାମଲା: ବାପା-ମାଙ୍କୁ ଆଜୀବନ କାରାଦଣ୍ଡ

ଯାଜପୁର: ଗର୍ଭବତୀ ନାବାଳିକାକୁ ପୋଡ଼ି ମାରିବା ମାମଲା। ବାପାମାଙ୍କୁ ଆଜୀବନ ସଜା ଶୁଣାଇଲେ ଫାଷ୍ଟ୍‌ ଷ୍ଟ୍ରାକ୍‌ କୋର୍ଟ। ୨୦୧୬ରେ ବିଞ୍ଝାରପୁର ଥାନାରେ ମାମଲା ରୁଜୁ ହୋଇଥିଲା। ୩ ମାସର ଗର୍ଭବତୀ ଝିଅକୁ ପୋଡ଼ି ନଦୀରେ ଭସାଇ ଦେଇଥିଲେ ବାପା-ମାଆ।

ସୂଚନାନୁଯାୟୀ, ୨୦୧୬ ମସିହା ଫେବୃଆରୀ ୧୪ ତାରିଖରେ ଯାଜପୁର ବିଞ୍ଝାରପୁର ଥାନା ଅଞ୍ଚଳରେ ଜଣେ ୧୫ବର୍ଷର ନାବାଳିକା ଗର୍ଭବତୀ ଝିଅକୁ ନିଜ ବାପା-ମା ପୋଡ଼ି ମାରିଦେବା ସହ ପ୍ରମାଣ ନଷ୍ଟ କରିଦେଇଥିଲେ। ଏହି ମାମଲାରେ ମୃତ ନାବାଳିକାଙ୍କ ବାପା-ମାଙ୍କୁ ଯାଜପୁର ଆଡହକ୍ ଫାଷ୍ଟଟ୍ରାକ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି।

ବାପା-ମାଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଲେ ଯାଜପୁର ଆଡହକ୍ ଫାଷ୍ଟଟ୍ରାକ କୋର୍ଟ। ୩୦ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି କୋର୍ଟ ଅଭିଯୁକ୍ତ ବାପା ନକୁଳ ଜେନା ଓ ମା ସଞ୍ଜୁ ଜେନାଙ୍କୁ ଆଜୀବନ ଜେଲ୍ ସହ ଦଶ ହଜାର ଟଙ୍କା ଜରିମାନା କରିଥିବା ସରକାରୀ ଓକିଲ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.