ରେଳ ଲାଇନ ନିର୍ମାଣକୁ ବିରୋଧ: ଗ୍ରାମବାସୀ- ପୋଲିସ ମଧ୍ଯରେ ଖଣ୍ଡଯୁଦ୍ଧ, ଜଣେ ମୃତ

ରାଉରକେଲା: ପୋଲିସ- ଗ୍ରାମବାସୀ ସଂଘର୍ଷରେ ଜଣେ ମୃତ । ରେଳ ଲାଇନ ନିର୍ମାଣକୁ ବିରୋଧ କରି ପୋଲିସ- ଗ୍ରାମବାସୀ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି । ରାଉରକେଲା ବନ୍ଧମୁଣ୍ଡା ବରକାନୀରେ ପୋଲିସ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡପ୍ରଳୟ ଦେଖା ଦେଇଛି । ରେଳଲାଇନ ନିର୍ମାଣକୁ ବାରମ୍ବାର ବିରୋଧ କରିଆସୁଥିଲେ ଗ୍ରାମବାସୀ ।

ଗତ ୪୦ ଦିନ ଧରି ଏହାର ପ୍ରତିବାଦରେ ନିର୍ମାଣସ୍ଥଳରେ ଗ୍ରାମବାସୀ ଧାରଣା ଦେଇଆସୁଥିଲେ ।  ଏବେ ପୋଲିସ ଉପସ୍ଥିତିରେ କାମ ଆରମ୍ଭ ହେବା ପରେ ମୁହାଁମୁହିଁ ହୋଇଥିଲେ ଗ୍ରାମବାସୀ ଓ ପୋଲିସ । ଖଣ୍ଡଯୁଦ୍ଧରେ ଜଣେ ଗ୍ରାମବାସୀ ପ୍ରାଣ ହରାଇଛନ୍ତି । ସେହିପରି ଅତିରକ୍ତ ତହସିଲଦାରଙ୍କ ପୁରୁଷୋତ୍ତମ ନାଏକଙ୍କ ସମେତ ୧୦ଜଣ ପୋଲିସ କର୍ମଚାରୀ ଓ କିଛି ଗ୍ରାମବାସୀ ଆହତ ହୋଇଛନ୍ତି ।  ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜଣକ ମୃତ୍ୟୁ ପରେ ରେଳଲାଇନ ନିର୍ମାଣସ୍ଥଳରେ ପ୍ରବଳ ଉତ୍ତେଜନା ଲାଗି ରହିଛି ।

nis-ad
Leave A Reply

Your email address will not be published.