ଫଲ୍ସ ନ୍ୟାରେଟିଭ ପାଇଁ ହାରିଲା ବିଜେଡି, ଓଡ଼ିଶାର ହକ୍ ପାଇଁ ଜାରି ରହିବ ଲଢେଇ: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ନବମ ଥର ବିଜେଡି ସଭାପତି ହେବା ପରେ ଆସିଲା ନବୀନଙ୍କ ପ୍ରତିକ୍ରିୟା। ବିଜେଡ଼ି ସଭାପତି ହେବାପରେ ନବୀନ ଜୟ ଜଗନ୍ନାଥ କହି ନିଜ ଉଦବୋଧନ ଆରମ୍ଭ କରିଥିଲେ। ଆପଣଙ୍କ ଭଲ ପାଇବା ନିକଟରେ ମୁଁ ଚିର ଋଣି ବୋଲି କହିଥିଲେ। ସେ ଆହୁରି କହିଛନ୍ତି, ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ଶାସନ ପାଇଁ ଓଡ଼ିଶାବାସୀ ଆଶୀର୍ବାଦ କରିଛନ୍ତି।

ବିଜେଡିର ସାଂଗଠନିକ ଦକ୍ଷତାକୁ କେହି ହେୟ ମନେ କରିପାରିବେନି। ଦଳର କର୍ମୀ ହେଉଛନ୍ତି ଆମର ରିୟଲ ଆସେଟ୍।‌ ନୀତି ଓ ଆଦର୍ଶ ହେଉଛି ବିଜେଡିର ଶକ୍ତି। କ୍ଷମତାରେ ଥାଉ ବା ନଥାଉ ଲୋକଙ୍କ ସେବା କରୁଛୁ ଓ କରିଚାଲିବୁ। ସମସ୍ତଙ୍କୁ ସଶକ୍ତ କରିବା ଉପରେ ଆମର ଫୋକସ। ଆଞ୍ଚଳିକ ବିକାଶ ଆମର ଫୋକସ। ଓଡ଼ିଶା ସ୍ବାର୍ଥ ସହ ବିଜଡି ସବୁବେଳେ ଯୋଡି ହୋଇ ରହିଛି। ଓଡ଼ିଶାର ହକ୍ ପାଇଁ ଲଢେଇ ଜାରି ରହିବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ।

ସେ ପୁଣି କହିଛନ୍ତି, ଫଲ୍ସ ନ୍ୟାରେଟିଭ ପାଇଁ ହାରିଲା ବିଜେଡି। ବିଜେଡ଼ି ବିରୋଧରେ ମିଛ ପ୍ରଚାର କରି ବିଜେପି ଜିତିଛି। ବିଜେଡିର କର୍ମୀ, ଭାଇ ଭଉଣୀ ମାନଙ୍କ ଉପରେ ମୋର ପୁରା ଭରସା ଅଛି। ସେମାନେ ହିଁ ମିଛ ପ୍ରଚାରର ଉଚିତ୍‌ ଜବାବ ଦେବେ। ଓଡିଶାର ସବୁ ଗାଁ, ସବୁ ସହରରେ ଆମର ସେବାର ବାର୍ତ୍ତା ପହଞ୍ଚାଇବେ।

ଆଜି ବିଜେଡ଼ି ସଭାପତି ଭାବରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ନବୀନ। ନବମ ଥର ବିଜେଡି ସଭାପତି ହଲେ ନବୀନ ପଟ୍ଟନାୟକ। ବିଧିବଦ୍ଧ ଭାବେ ବିଜେଡି ସଭାପତିଙ୍କ ନାଁ ଘୋଷଣା କରାଯାଇଛି। ନାମ ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ନବୀନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ନେତା ଓ କର୍ମୀ ।

nis-ad
Leave A Reply

Your email address will not be published.