ଭାରତ ଆସିବେ ଏଲନ ମସ୍କ୍, ଏକ୍ସରେ ଦେଲେ ସୂଚନା

add-all

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ପରେ, ଟେସଲା ସିଇଓ ଏବଂ ଆମେରିକୀୟ ଶିଳ୍ପପତି ଏଲନ ମସ୍କ ଚଳିତ ବର୍ଷ ଭାରତ ଗସ୍ତରେ ଆସିବା ବିଷୟ ଘୋଷଣା କରିଛନ୍ତି। ମୋଦୀଙ୍କ ସହ କଥା ହେବା ପରେ, ସେ ତାଙ୍କ ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି ଯେ ସେ ଭାରତ ଆସିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବା ଏକ ସମ୍ମାନର କଥା। ମୁଁ ଏହି ବର୍ଷ ଶେଷରେ ଭାରତ ଗସ୍ତ କରିବାକୁ ଅପେକ୍ଷା କରିଛି!”

ମସ୍କ ତାଙ୍କ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ସେୟାର କରାଯାଇଥିବା ପୋଷ୍ଟକୁ ରିଟ୍ବିଟ୍ ଏହା ଲେଖିଛନ୍ତି। ପୂର୍ବରୁ, ମସ୍କଙ୍କ ସହ କଥାବାର୍ତ୍ତା କରିବା ପରେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଏକ୍ସ ଆକାଉଣ୍ଟରେ ଲେଖିଥିଲେ, “ଏଲନ୍ ମସ୍କଙ୍କ ସହ କଥାବାର୍ତ୍ତା ସମୟରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏଥିରେ ଚଳିତ ବର୍ଷ ଆରମ୍ଭରେ ୱାଶିଂଟନ୍ ଡିସିରେ ଆମର ବୈଠକ ସମୟରେ ଆଲୋଚନା ହୋଇଥିବା ବିଷୟଗୁଡ଼ିକ ଅନ୍ତର୍ଭୁକ୍ତ ଥିଲା। ଆମେ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ସହଯୋଗର ଅପାର ସମ୍ଭାବନା ବିଷୟରେ ଆଲୋଚନା କରିଥିଲୁ। ଭାରତ ଏହି କ୍ଷେତ୍ରଗୁଡ଼ିକରେ ଆମେରିକା ସହିତ ଏହାର ସହଭାଗୀତାକୁ ଆହୁରି ବୃଦ୍ଧି କରିବାକୁ ପ୍ରତିବଦ୍ଧ,” ମୋଦୀ କହିଥିଲେ। 

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱାଧୀନ ପ୍ରଶାସନର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ମଧ୍ୟରୁ ମସ୍କଙ୍କୁ ଜଣେ ବୋଲି ବିବେଚନା କରାଯାଏ। ମସ୍କ ସରକାରୀ ଖର୍ଚ୍ଚ ହ୍ରାସ ଏବଂ ସଂଘୀୟ କର୍ମଚାରୀ ସଂଖ୍ୟା ହ୍ରାସ କରିବା ପାଇଁ ଏକ ସରକାରୀ ଦକ୍ଷତା ପଦକ୍ଷେପର ନେତୃତ୍ୱ ନେଉଛନ୍ତି। ଅନ୍ୟପକ୍ଷରେ ଏହି ଆଲୋଚନା ଓ ମସ୍କଙ୍କ ପ୍ରସ୍ତାବିତ ଭାରତ ଗସ୍ତ ପରେ ଟେସଲାର ଭାରତ ଏଣ୍ଟ୍ରି ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ad-week
Leave A Reply

Your email address will not be published.