କୁଡୁମୁଲୁଗୁମ୍ମା : କୁଡୁମୁଲୁଗୁମ୍ମାସ୍ଥିତ ଶୈବପୀଠରେ ବାବା ଝାଡେଶ୍ୱର ଓ ମା ପାର୍ବତୀଙ୍କ ନୂତନ ମୃଣ୍ମୟୀ ପ୍ରତିମାର ପ୍ରାଣ ପ୍ରତିଷ୍ଠା ଉତ୍ସବ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ୧୦୮ ଜଣ ମହିଳା ନିକଟସ୍ଥ ଟେକଗୁଡା ନଦୀରୁ କଳସ ଦ୍ଵାରା ଜଳ ସ°ଗ୍ରହ କରି ଏକ ଶୋଭାଯାତ୍ରାରେ ବାହାରି ପ୍ରତିଷ୍ଠା ଯଜ୍ଞଶାଳା ଠାରେ ପହଞ୍ଚି ଜଳ କଳସ ସ୍ଥାପିତ କରିଥିଲେ ।
ପ୍ରଧାନ ଆଚାର୍ଯ୍ୟ ପଣ୍ଡିତ ଗୋଦାବରୀଶ ହୋତାଙ୍କ ପୈାରହିତରେ ଯଜ୍ଞକାର୍ଯ୍ୟକୁ ଶାସ୍ତ୍ର ଅନୁଯାୟୀ ବିଭିନ୍ନ ଶ୍ଲୋକ ଓ ବିଧିବଦ୍ଧ ପୂଜାପଦ୍ଧତି ନୀତି ସମ୍ପାଦନା କରିବାସହ ଏଥିରେ ଆଚାର୍ଯ୍ୟ ଜଗନ୍ନାଥ ଶତପଥୀ, ପଣ୍ଡିତ ସୁକାନ୍ତ କୁମାର ରଥ, ପଣ୍ଡିତ ଶଶାଙ୍କ ଭୁଷଣ ହୋତା, ପଣ୍ଡିତ ଶଷ୍ଟି ପ୍ରସାଦ ହୋତା, ପୁରୋହିତ କୃଷ୍ଣ ଚନ୍ଦ୍ର ରଥ ଓ ମନ୍ଦିର ପୂଜକ ଶରତ ଚନ୍ଦ୍ର ରଣା ଓ ମୁଖ୍ୟ କର୍ତ୍ତା ଭାବେ କୁଡୁମୁଲୁଗୁମ୍ମା ଗ୍ରାମର ତପନ କୁମାର ମିଶ୍ର ଓ ତାଙ୍କର ଧର୍ମପତ୍ନୀ ରଶ୍ମୀତା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।
ଆଜିର ମୁଖ୍ୟ କାର୍ଯ୍ୟକ୍ରମରେ ମଣ୍ଡଳ କରଣ, ଅଙ୍କୁରାରୋପଣ, ଯଜ୍ଞଶାଳା ପବିତ୍ରକରଣ, ସୂର୍ଯ୍ୟପୂଜା, ମହାସ୍ନାନ, ଦେବତା ପ୍ରାଣ ପ୍ରତିଷ୍ଠା ଓ ପୁର୍ଣ୍ଣାହୂତୀ ସହିତ ନାମଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ ଭଳି ମାଙ୍ଗଳିକ କାର୍ଯ୍ୟକ୍ରମ ମାନ ସମ୍ପର୍ଣ୍ଣ ହେବ ଓ ପରେପରେ ନୂତନ ଯୂଗଳ ଶିବ ପାର୍ବତୀ ପ୍ରତିମାଙ୍କୁ ମନ୍ଦିରର ଗର୍ଭଗୃହରେ ସ୍ଥାପନା କରାଯିବ ।
ଏହି ପ୍ରାଣ ପ୍ରତିଷ୍ଠା ମହୋତ୍ସବରେ ଝାଡେଶ୍ୱର ମନ୍ଦିର ଟ୍ରଷ୍ଟ ସଦସ୍ୟ ନୀହାର କାନ୍ତ ଦାସ୍, ହୃଷୀକେଶ ସେଠୀ, ବାଳକୃଷ୍ଣ ପ୍ରଧାନ, ମଧୁସୂଦନ ପୃଷ୍ଟି, ବୀର ପାତ୍ର, ସନ୍ତୋଷ ମହାନ୍ତି, ପ୍ରଭାକର ବେହେରା, ସୁର୍ଯ୍ୟ ପଣ୍ଡା, ଜୟରାମ ପାତ୍ର,ଅସୀମ ଭତ୍ରା, ଜଗନ ହୋତା, କାଶୀନାଥ ନାୟକ, ବିଶ୍ବମ୍ବର ପୂହାଣ, ଅନନ୍ତ ଦୋରା, ହେମନ୍ତ କୁମାର ଦାସ, ନିତ୍ୟାନନ୍ଦ ପ୍ରଧାନ, ଭଗବାନ ସାହୁ, ମଣ୍ଟୁ ଜେନା, ରମେଶ ଚନ୍ଦ୍ର ନେଲୁର୍, ଦେବୀ ପ୍ରସାଦ ମିଶ୍ର, ମଙ୍ଗଳା ମାଢୀ, ବୁଡୁ ମିଶ୍ର, ସୁଧାକର ନାୟକ,ବଳୀ ମାଝୀ, ସୁଧୀର ରଥ, କାହ୍ନୁ ନାହାକ ଓ ରାଜୁ ବାରୀକ ପ୍ରମୁଖ ଉପସ୍ଥିତ ରହି ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ।
