ସିବିଆଇ ଅଫିସର କହି ୩୪ ଲକ୍ଷ ୫୦ ହଜାର ଟଙ୍କା ଠକିବା ଘଟଣା, ଅଭିଯୁକ୍ତକୁ ରାଜସ୍ଥାନରରୁ ଆଣିଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ଡିଜିଟାଲ ଆରେଷ୍ଟ ନାଁରେ ୩୪ ଲକ୍ଷ ଟଙ୍କା ଠକେଇ ଘଟଣାରେ ଜଣେ ଗିରଫ । ରାଜସ୍ଥାନର ସୁବାଷକୁ ଗିରଫ କଲା ବ୍ରହ୍ମପୁର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ପୋଲିସ । ଶୁକ୍ରବାର ବ୍ରହ୍ମପୁର ପହଞ୍ଚିବା ପରେ ଅଭିଯୁକ୍ତଙ୍କୁ ଏସଡିଜେଏମ୍ କୋର୍ଟରେ ତାକୁ ହାଜର କରାଯାଇଥିଲା ।  ପରେ ତାକୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି । ଏହି ଠକେଇ ମାମଲାରେ ଅନ୍ୟ ଜଣେ ଅଣଓଡ଼ିଆ ଅଭିଯୁକ୍ତ ମଧ୍ୟ ରହିଛି ।

ଗଞ୍ଜାମ କୁକୁଡ଼ାଖଣ୍ଡି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ସିବିଆଇ ଅଫିସର କହି ୩୪ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିଲେ ସାଇବର ଠକ । ଏନେଇ ଜାନୁଆରୀ ୨୯ ତାରିଖରେ ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ କରିଥିଲେ ଠକେଇର ଶିକାର ହୋଇଥିବା ବ୍ୟକ୍ତି ।  ତଦନ୍ତ ବେଳେ ଗୁଜରାଟ ଭୁଜ ପୋଲିସ ଦ୍ବାରା ଗିରଫ ହୋଇଥିବା ଦୁଇଜଣ ବ୍ୟକ୍ତିଙ୍କ ଏହି ସାଇବର ଠକେଇରେ ସଂପୃକ୍ତି ଥିବା ଜାଣିବାକୁ ପାଇଥିଲା ବ୍ରହ୍ମପୁର ପୋଲିସ ।  ଭୁଜ୍ ପୋଲିସ ଯୋଗାଯୋଗ କରି ସୁବାଷକୁ ରିମାଣ୍ଡରେ ଆଣିଛି ପୋଲିସ । ଅନ୍ୟ ଅଭିଯୁକ୍ତ ଗୋବର୍ଦ୍ଧନରମର ରିମାଣ୍ଡ ପାଇଁ ମଧ୍ୟ ଆବେଦନ କରାଯାଇଥିବା ପୋଲିସ ସୂଚନା ଦେଇଛି ।  ଅଭିଯୁକ୍ତଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିଛି ପୋଲିସ । ଦୁଇଟି ଆକାଉଣ୍ଟରେ ପ୍ରାୟ ୨୨ଲକ୍ଷରୁ ଅଧିକ ଟଙ୍କା ରହିଛି ।

nis-ad
Leave A Reply

Your email address will not be published.