ବିଜେଡି ସଭାପତିଙ୍କ ନାମ ଘୋଷଣା ବେଳେ ଆସିଲେନି ହେଭିୱେଟ୍‌!

add-all

ଭୁବନେଶ୍ୱର: ନବମ ଥର ପାଇଁ ବିଜେଡି ସଭାପତି ହୋଇଛନ୍ତି ନବୀନ ପଟ୍ଟନାୟକ। ହେଲେ ବିଜେଡି ସଭାପତିଙ୍କ ନାମ ଘୋଷଣା ବେଳେ ଅନୁପସ୍ଥିତ ଥିଲେ କିଛି ହେଭିୱେଟ ନେତା। ଏସବୁ ନେତାଙ୍କ ମଧ୍ୟରେ ଥିଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲ୍ଲିକ। ସେହିପରି ଶଶି ବେହେରା, ଭୂପିନ୍ଦର ସିଂ, ନିରଞ୍ଜନ ବିଶିଙ୍କୁ ମଧ୍ୟ ଦେଖିବାକୁ ମିଳିନଥିଲେ।

ସନାତନ ମହାକୁଡ଼, ସୁଲତା ଦେଓ, ସସ୍ମିତ ପାତ୍ରଙ୍କ ମଧ୍ୟ ଦେଖାମିଳିନି। କେଉଁ ପରିସ୍ଥିତିରେ ଏହି ବିଶେଷ ମୁହୂର୍ତ୍ତରେ ସେମାନେ ଅନୁପସ୍ଥିତ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ବର୍ତ୍ତମାନ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଶଙ୍ଖଭବନ ନଆସିବା ନେଇ ବରିଷ୍ଠ ନେତା ପ୍ରଫୁଲ୍ଲ ମଲିକ୍‌ଙ୍କର ପ୍ରତିକ୍ରିୟା ଆସିଛି। ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ‘ଷ୍ଟେଟ୍‌ କାଉନସିଲ୍‌ ବୈଠକକୁ ମୋତେ ଡକାଯାଇ ନାହିଁ। ମୋତେ ଡାକି ନାହାନ୍ତି, ମୁଁ ଯାଇନି; କାହିଁକି ଡାକିଲେନି ଜାଣିନି। ପୂର୍ବରୁ ଷ୍ଟେଟ୍‌ କାଉନ୍‌ସିଲ ବୈଠକ ହେଲେ ଡକା ଯାଇଥାଏ। ଦଳ ସହିତ ମୁଁ ରହିଛି, ଚକ୍ରାନ୍ତ କଥା ମୁଁ ଜାଣିନି।’

ଅନ୍ୟପଟେ ଏହି ସବୁ ଭିତରେ ନବୀନଙ୍କ ସାମ୍ନାରେ ଚ୍ୟାଲେଞ୍ଜ ଅନେକ ରହିଛି। କାରଣ, ୨୦୨୪ ନିର୍ବାଚନରେ ବିଜେଡି ଶୋଚନୀୟ ପରାଜୟ ପରେ ଦୋହଲି ଯାଇଛି ବିଜେଡି। ଭାଗ ଭାଗରେ ବିଭକ୍ତ ହେଇ ଦଳ ଚାଲିଛି। ଆଜିର ଏହି କାର୍ଯ୍ୟକ୍ରମରେ କୌଣସି ହେବିୱେଟ ନେତା ନଆସିବା ଦଳ ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।

ad-week
Leave A Reply

Your email address will not be published.