ବେଆଇନ ସେବାଶ୍ରମ ଉପରେ ପୋଲିସର ଚଢ଼ାଉ

ଯାଜପୁର: ବେଆଇନ ବଳଦେବଜୀଉ ସେବାଶ୍ରମ ଉପରେ ପ୍ରଶାସନ ଓ ପୁଲିସ ଚଢ଼ାଉ କରିଛି। ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅଳୁକୁଣ୍ଡରେ ବିନା ପଞ୍ଜିକରଣରେ ବେଆଇନ ଭାବେ ଚାଲିଥିବା ବଳଦେବଜୀୟୁ ସେବା ଆଶ୍ରମରୁ ପିଲାଙ୍କୁ ଉଦ୍ଧାର କଲା ଶିଶୁ ସୁରକ୍ଷା ବିଭାଗ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏସଡିପିଓ, ଶିଶୁ ସୁରକ୍ଷା ଅଧିକାରୀଙ୍କ ସହାୟତାରେ ୪ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି।

ଏହି ଆଶ୍ରମରେ ଦୀର୍ଘଦିନ ଧରି ପାଖାପାଖି ୩୪ଜଣ ପିଲାଙ୍କୁ ରଖାଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ପିଲାଙ୍କ ସୁରକ୍ଷା ପାଇଁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଶିଶୁ ସୁରକ୍ଷା ବିଭାଗକୁ କୁହାଯାଇଥିଲା। ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏସଡିପିଓ ପ୍ରଶାନ୍ତ ମାଝୀ, ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଏବଂ ଶିଶୁ ମଙ୍ଗଳ କମିଟିର ସଦସ୍ୟଙ୍କ ସହାୟତାରେ ୪ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି।

ଆଶ୍ରମର ଦାୟିତ୍ୱରେ ଥିବା ବ୍ୟକ୍ତି ଅନ୍ୟ ଶିଶୁମାନଙ୍କୁ ଲୁଚାଇ ରଖିଥିବା ଜଣାପଡ଼ିଛି। ଆଗାମୀ ଦିନରେ ପୋଲିସ ସହାୟତାରେ ଅବଶିଷ୍ଟ ଶିଶୁମାନଙ୍କୁ ଉଦ୍ଧାର କରାଯିବ ବୋଲି ଏସଡିପିଓ ପ୍ରଶାନ୍ତ ମାଝୀ କହିଛନ୍ତି। ଅନ୍ୟପଟେ ଆଶ୍ରମର ପରିଚାଳକ ଦୁଷ୍ମନ୍ତ ଦାସଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଥିବା ବେଳେ ୪ଜଣ ଶିଶୁଙ୍କୁ ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯାଇଛି।

nis-ad
Leave A Reply

Your email address will not be published.