ଦିଲ୍ଲୀରେ ଭୁଶୁଡ଼ି ପଡ଼ିଲା କୋଠା, ୧୧ ମୃତ

add-all

ନୂଆଦିଲ୍ଲୀ: ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳର ଶକ୍ତି ବିହାରରେ ଶନିବାର (୧୯ ଏପ୍ରିଲ) ପ୍ରତ୍ୟୁଷରେ ଏକ ଚାରି ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୨ ଜଣଙ୍କୁ ଭଗ୍ନାବଶେଷରୁ ଉଦ୍ଧାର କରାଯାଇଛି। କୋଠା ଭୁଶୁଡ଼ିବା ସମ୍ପର୍କରେ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଘଟଣା ପରେ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ରହିଛି। ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏମସିଡି ମେୟର ମହେଶ ଖିଚି ନିଗମ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମୁସ୍ତାଫାବାଦ ଅଞ୍ଚଳରେ କୋଠା ଭୁଶୁଡ଼ିବା ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ସ୍ଥାନୀୟ ବିଧାୟକ ମୋହନ ସିଂହ ବିଷ୍ଟ ଦିଲ୍ଲୀ ସରକାରଙ୍କଠାରୁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ କହିଛନ୍ତି ଯେ ବିଧାନସଭାରେ ବେଆଇନ କୋଠା ପ୍ରସଙ୍ଗ ଅନେକ ଥର ଉଠାଯାଇଛି।

ସେ କହିଥିଲେ, “ମୁଁ ନିର୍ବାଚନ ଜିତିବା ଦିନଠାରୁ, ମୋର ଏକମାତ୍ର ପ୍ରସଙ୍ଗ ହେଉଛି ବେଆଇନ କୋଠା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା। ଯଦି ଶହ ଶହ ଲୋକ ୨୫ କିମ୍ବା ୫୦ ଗଜର କୋଠାରେ ରହୁଛନ୍ତି, ତେବେ ଏକ ଦୁର୍ଘଟଣା ନିଶ୍ଚିତ ଭାବରେ ଘଟିବ। ମୁଁ ଏ ବିଷୟରେ ଦିଲ୍ଲୀର ଏଲଜି, କମିଶନର ଏବଂ ପୋଲିସ କମିଶନରଙ୍କ ସହ କଥା ହୋଇଛି, କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।”

ad-week
Leave A Reply

Your email address will not be published.