ମାଓବାଦୀଙ୍କ ଦ୍ବାରା ଲୁଚାଇ ରଖାଯାଇଥିବା ଦୁଇ ବନ୍ଧୁକ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ଥାନା ସ୍ଥିତ ୨ୟ ବାଟାଲିଅନ୍ ବିଏସ୍ଏଫ୍ ଜଙ୍ଗଲରେ କୁମ୍ବିଂ ଅପରେସନ ଚଳାଇଥିବା ବେଳେ ମାଓବାଦୀ ମାନେ ଲୁଚାଇ ରଖିଥିବା ଦୁଇଟି ଦେଶୀ ବନ୍ଧୁକକୁ ଠାବ କରାଯାଇଥିବା ଜଣାପଡିଛି। ସୁଚନା ମୁତାବକ ମାଲକାନଗିରି ଜିଲ୍ଲା ଏସପି ଙ୍କ ନିର୍ଦ୍ଦେଶକ୍ରମେ ଜି କମ୍ପାନୀର ୨ୟ ବାଟାଲିୟନ ବିଏସଏଫ ଯବାନ ମାନେ ଗତକାଲି ବିଳମ୍ବିତ ରାତି କାଲିମେଳା ଥାନା ଅନ୍ତର୍ଗତ ପୁଲସୁମାମୁଡି ଗ୍ରାମ ନିକଟସ୍ଥ ଜଙ୍ଗଲରେ କୁମ୍ବିଂ ଅପରେସନ ଚଳାଇଥିବା ଚଳାଇଥିଲା। ଏହି ସମୟରେ ଘଞ୍ଛ ଜଙ୍ଗଲ ମଧ୍ୟରେ ପୂର୍ବରୁ ନକ୍ସଲ ଙ୍କ ଆଡ୍ଡା ସ୍ଥଳ କୁହାଯାଉଥିବା ସ୍ଥାନରେ ଯବାନ ମାନଙ୍କ ପକ୍ଷ୍ୟରୁ ସର୍ଚିଗଂ ଅପରେସନ କରାଯିବାରୁ ଦୁଇଟି ବଡ଼ ପଥର ସନ୍ଧିରେ ଏକ ବଡ ପଥର ଦ୍ଵାରା ଚାପି ହୋଇ ରହିଥିବା ଦୁଇଟି ବନ୍ଧୁକ କୁ ଉଦ୍ଧାର କରାଯାଇଥିଲା। ଏଥିସହ ହାତଗଣତି ଛୋଟ ବଡ ବିଷ୍ପୋରକ ଓ ଏଥି ନିମନ୍ତେ ବ୍ୟବହୃତ ସମାଗ୍ରୀ ମଧ୍ଯ ଘଟଣା ସ୍ଥଳରୁ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରୁ ଉଦ୍ଧାର ହୋଇଥିବା ଦୁଇଟି ସଚଳ ବନ୍ଧୁକକୁ ଆଜି ଯବାନ ମାନେ କାଲିମେଳା ଥାନାରେ ଜମା କରିଥିବା ଜଣାପଡିଛି। ପ୍ରକାଶ ଥାଉକି ଏକଦା ମାଓ କବଳରେ ଥିବା କାଲିମେଳା ଓ ପଡିଆ ବ୍ଲକର ବିଭିନ୍ନ ଜଙ୍ଗଲରେ ମାଓବାଦୀ ମାନେ କ୍ୟାମ୍ପ ଚଳାଇବା ସହ ବିଭିନ୍ନ ବିଷ୍ପୋରକ ସମାଗ୍ରୀ ନିଜ ପାଖରେ ଗଚ୍ଛିତ ରଖୁଥିଲେ। ତେବେ ବର୍ତ୍ତମାନ୍ ଏହି ଅଞ୍ଚଳରେ ମାଓ ଉପଦ୍ରବ କମିବା ସହ ଯବାନ ମାନେ ସର୍ଚ ଅପରେଶନ ଚଳାଇଥିଲା ବେଳେ ବିଭିନ୍ନ ସମୟରେ ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ଓ ବିଷ୍ପୋରକ ସାମଗ୍ରୀ ଜବତ କରୁଥିବା ଦେଖିବାକୁ ମିଳୁଛି। ଘଞ୍ଛ ଜଙ୍ଗଲ ମଧ୍ୟରୁ ମାଓବାଦୀଙ୍କ ପୁରୁଣା ଅସ୍ତ୍ରଶସ୍ତ୍ର ଜବତ କରାଯିବା ବିଏସଏଫ ଯବାନ ସହ ଜିଲ୍ଲା ପୋଲିସ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି।

nis-ad
Leave A Reply

Your email address will not be published.