କାନାଡା ଗୁରୁଦ୍ବାରାରେ ଖାଲିସ୍ତାନୀଙ୍କ ଭଙ୍ଗାରୁଜ୍ଜା, କାନ୍ଥରେ ଲେଖିଲେ “ଖାଲିସ୍ତାନ ଜିନ୍ଦାବାଦ !”

add-all

ଓଟାୱା: ଖାଲିସ୍ତାନୀ ଆତଙ୍କବାଦୀମାନେ ଗୁରୁଦ୍ୱାରକୁ ମଧ୍ୟ ଛାଡ଼ୁ ନାହାନ୍ତି। ଏଥର ସେମାନେ କାନାଡାର ଭାନକୁଭରରେ ଥିବା ଗୁରୁଦ୍ୱାରରେ ଭଙ୍ଗାରୁଜା କରିବା ସହ କାନ୍ଥରେ ଖାଲିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଲେଖିଛନ୍ତି। ସେମାନେ ମଧ୍ୟ ଭାରତ ବିରୋଧୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସ୍ଲୋଗାନ ଲେଖିଛନ୍ତି। ଏହା ପୂର୍ବରୁ ସେମାନେ ପ୍ରାୟତଃ ମନ୍ଦିର ଏବଂ ଭାରତୀୟ ଦୂତାବାସକୁ ଟାର୍ଗେଟ କରୁଥିଲେ। ମାତ୍ର ଗୁରୁଦ୍ବାରାକୁ ଟାର୍ଗେଟ କରିବା ବିରଳ ବୋଲି କୁହାଯାଉଛି ।

ଏହି ଘଟଣାଟି ଭାନକୁଭରର ଖାଲସା ଦିୱାନ ସୋସାଇଟି ଅର୍ଥାତ୍ କେଡିଏସ ଗୁରୁଦ୍ୱାରରେ ଘଟିଥିଲା। ଏହାକୁ ରସ୍ ଷ୍ଟ୍ରିଟ୍ ଗୁରୁଦ୍ୱାର ଭାବରେ ଜଣାଶୁଣା। ଗୁରୁଦ୍ୱାର ପ୍ରଶାସନର ସରକାରୀ ଆକାଉଣ୍ଟରେ ସେୟାର କରାଯାଇଥିବା ଫଟୋଗୁଡ଼ିକରେ ଶିଖ ଗୁରୁଦ୍ବାରା ପାର୍କିଂ ସ୍ଥାନ ଚାରିପାଖରେ କାନ୍ଥରେ ଅନେକ ସ୍ଥାନରେ “ଖାଲିସ୍ତାନ” ଶବ୍ଦ ସ୍ପ୍ରେ ପେଣ୍ଟ ହୋଇଥିବା ଦେଖାଯାଇଛି। କାନାଡିୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଭାନକୁଭର ପୁଲିସ ବିଭାଗ ଶନିବାର ସକାଳେ ଘଟିଥିବା ଘଟଣାର ତଦନ୍ତ କରୁଛି, ଯେଉଁଦିନ ବିଶ୍ୱର ସର୍ବବୃହତ ବୈଶାଖୀ ପରେଡ୍ ସରେରେ ଅନୁଷ୍ଠିତ ହୋଇଥିଲା। ଖାଲସା ଦିୱାନ ସୋସାଇଟି ଦ୍ୱାରା ଖଲିସ୍ତାନ ସମର୍ଥକ ଗୋଷ୍ଠୀଗୁଡ଼ିକୁ କାର୍ଯ୍ୟକ୍ରମରେ ଯୋଗଦେବାରୁ ବାରଣ କରାଯାଇଥିଲା। ପରେ, ଏକ ବିବୃତ୍ତିରେ, କେଡିଏସ୍ କହିଛି, “ଖାଲିସ୍ତାନକୁ ସମର୍ଥନ କରୁଥିବା ଶିଖ ବିଚ୍ଛିନ୍ନତାବାଦୀଙ୍କ ଏକ ଛୋଟ ଗୋଷ୍ଠୀ ‘ଖାଲିସ୍ତାନ ଜିନ୍ଦାବାଦ’ ଭଳି ବିଭାଜନକାରୀ ସ୍ଲୋଗାନ ଦେଇ ଆମର ପବିତ୍ର କାନ୍ଥକୁ ବିକୃତ କରିଥିଲେ। ରସ୍ ଷ୍ଟ୍ରିଟ୍ ଗୁରୁଦ୍ୱାର ୧୯୦୬ ମସିହାରେ ପ୍ରତିଷ୍ଠିତ ହୋଇଥିଲା।”

ad-week
Leave A Reply

Your email address will not be published.