ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ, କିଛି ଦୂରରେ ଫୋପାଡ଼ି ଦେଇ ଚାଲିଗଲେ ଦୁର୍ବୃତ୍ତ

ହିନ୍ଦୋଳ :  ହିନ୍ଦୋଳରେ ଲଜ୍ଜା । ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅଞ୍ଚଳରେ ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ ।  ଦୁର୍ବୃତ୍ତମାନେ ଦୁଷ୍କର୍ମ କରିବା ପରେ ଗାଁଠାରୁ କିଛି ଦୂରରେ ବରଡ଼ାପତ୍ର ଘୋଡ଼ାଇ ଫେରାର ହୋଇଯାଇଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅନୁଗୁଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଘଟଣାର ଖବର ପାଇ ତଦନ୍ତ ଆରମ୍ଭ କରିଛି ହିନ୍ଦୋଳ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ । ଅନ୍ୟପଟେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୀଡ଼ିତାଙ୍କ ପରିବାର ।

ସୂଚନା ମୁତାବକ ହିନ୍ଦୋଳ ଥାନା ଅଞ୍ଚଳରେ ଗତକାଲି ଅପରାହ୍ନରେ ୭ ବର୍ଷର ଜଣେ ନାବାଳିକା ଖେଳୁଥିଲେ। ସେହି ସମୟରେ ନିକଟରେ ବେଆଇନ ମଦ ବିକ୍ରି ହେଉଥିବା ଏକ ଘରକୁ କିଛି ବାହାର ଅଞ୍ଚଳର ଲୋକ ଆସିଥିଲେ । ପିଲାଟିକୁ କିଛି ସମୟ ପରେଖେଳୁଥିବା ସ୍ଥାନରେ ପରିବାର ଲୋକ ନପାଇ ଖୋଜାଖୋଜି କରିଥିଲେ ।  ଶେଷରେ ଗାଁ ପାଖ ଏକ ଗଛ ମୂଳରେ ପିଲାଟିକୁ ତାଳବରଡା ପତ୍ର ଘୋଡା ଅବସ୍ଥାରେ ଠାବ କରିଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ପିଲାଟିକୁ ପ୍ରଥମେ ହିନ୍ଦୋଳ ଓ ପରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଘଟଣା ସ୍ଥଳରେ ହିନ୍ଦୋଳ ପୋଲିସ୍ SDPO ଏବଂ ସାଇଣ୍ଟିଫିକ୍ ଟିମ୍ ସନ୍ଧନୀ କୁକୁର ଧାରୀ ଅଧିକ ତଦନ୍ତ ଜାରି ରଖିଛି ।

nis-ad
Leave A Reply

Your email address will not be published.