ଅଲଗା ହେବେ ନାଗ ଦମ୍ପତି

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ନାଗ ଦମ୍ପତି । ଅଲଗା ହେବା ନେଇ ଏବେ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ନାଗ ଦମ୍ପତି । ପତ୍ନୀ ଅର୍ଚ୍ଚନା ନାଗଙ୍କୁ ଛାଡପତ୍ର ଦେବା ପାଇଁ କୋର୍ଟରେ ଆବେଦନ କରିଛନ୍ତି ସ୍ବାମୀ ଜଗବନ୍ଧୁ ଚାନ୍ଦ । ଭୁବନେଶ୍ୱର ଫ୍ୟାମିଲି କୋର୍ଟରେ ମାମଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ ଯେ, ବହୁ ଚର୍ଚ୍ଚିତ ହନି ଟ୍ରାପ୍‌ ମାମଲାରେ ଅର୍ଚ୍ଚନା ନାଗ ଚର୍ଚ୍ଚିତ ଚେହେରା ପାଲଟିଛି । ରାଜଧାନୀର ଲେଡି ବ୍ଲାକମେଲର ଭାବେ ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିଲା । ଏହି ମାମଲା ସମଗ୍ର ରାଜ୍ୟର ଆଲୋଡ଼ନ ବିଷୟ ପାଲଟିଥିଲା । ଏନେଇ ଅଭିଯୋଗ ହେବା ପରେ ଅର୍ଚ୍ଚନା ନାଗ ଚମ୍ପଟ ମାରିଥିଲା । ପରବର୍ତ୍ତୀ ସମୟରେ ଅର୍ଚ୍ଚନାକୁ ଗିରଫ କରିଥିଲା କମିଶନରେଟ୍‌ ପୁଲିସ୍‌ । ଏଥିସହ ତାଙ୍କ ସ୍ୱାମୀ ଜଗବନ୍ଧୁ ଓ ବନ୍ଧୁ ଖଗେଶ୍ୱରଙ୍କୁ ଗିରଫ କରିଥିଲା କମିଶନରେଟ୍‌ ପୋଲିସ୍‌ ଝାରପଡ଼ା ଜେଲ୍‌ ପଠାଇ ଦେଇଥିଲା ।

ଏହି ମାମଲାରେ ପୂର୍ବରୁ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ସର୍ତ୍ତମୂଳକ ଜାମିନ୍‌ ମିଲିଥିଲା। ତା’ପରେ ସେ ଜେଲ୍‌ରୁ ବାହାରିଥିଲେ । ପରେ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ୍‌ ମିଳିଥିଲା । ଜେଲରୁ ବାହାରିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। ଶେଷରେ ଜଗବନ୍ଧୁ ଅର୍ଚ୍ଚନାଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ ।

nis-ad
Leave A Reply

Your email address will not be published.