ରାଜଧାନୀରେ ଯୁବକଙ୍କୁ ଗୁଳି ଘଟଣାରେ ଟ୍ଵିଷ୍ଟ, ନିଜକୁ ନିଜେ ଗୁଳି ମାରିଥିଲା ଦୀପ୍ତି

ଭୁବନେଶ୍ୱର: ପ୍ରେମରେ ବିଫଳ ଯୁବକ ରଚିଲେ ହାଇଡ୍ରାମା । ପୋଲିସ୍ ଓ ପରିବାର ଲୋକେ ବି ଚକ୍କର ଖାଇଗଲେ । ସିନେମାର କାହାଣୀ ପରି ଥିଲା ଘଟଣା । ହେଲେ ପୋଲିସ କରି ଦେଲା ପର୍ଦ୍ଦାଫାସ୍ । ଘଟଣା ଶୁଣିଲେ ମୁଣ୍ଡ ଘୂରାଇ ଦେବ । ହଁ ଆଜ୍ଞା, ଏଭଳି ଏକ ଘଟଣା ଯାହା ଏବେ ଖୁବ୍ ଚର୍ଚ୍ଚା ସାଉଣ୍ଟୁଛି । ଖବର ଆସିଲା ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ଦୀପ୍ତି ମହାପାତ୍ର ନାମକ ଜଣେ ଯୁବକଙ୍କ ଉପରେ ଗୁଳି ମାଡ଼ ହୋଇଛି । ଖବର ଆସିଲା କି କେହି ଦୁର୍ବୃତ୍ତ ଦୀପ୍ତିଙ୍କୁ ଗୁଳି ମାରି ଫେରାର ହୋଇ ଯାଇଛି ।

ପୋଲିସ୍ ଯାଇ ଘଟଣାସ୍ଥଳରେ ପହଞ୍ଚିଲା ଆଉ ଆହତ ଦୀପ୍ତିଙ୍କୁ ଉଦ୍ଧାର କରି ଭୁବନେଶ୍ବର ଆଣିଲା ଚିକିତ୍ସା ପାଇଁ । ତା ଭିତରେ ଖୋଜା ଗଲା ଗୁଳିମାଡ଼ର କାରଣ । ବେଶ୍ କିଛି ଖୋଳତାଡ଼ ପରେ ଗୁଳିକାଣ୍ଡ ଘଟଣାରେ ଆସିଲା ବଡ଼ ଟ୍ଵିଷ୍ଟ । ଜଣାପଡ଼ିଲା ଅନ୍ୟକୁ ଫସାଇବା ପାଇଁ ନିଜେ ନିଜକୁ ଗୁଳି କରିଥିଲା ଦୀପ୍ତି । ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୪ରେ ଏକ ଦୁଷ୍କର୍ମ ମାମଲାରେ ଜେଲ ଯାଇଥିଲା ଦୀପ୍ତି । ଜେଲରୁ ଫେରିବା ପରେ ରଚିଥିଲା ଏହି ଷଡ଼ଯନ୍ତ୍ର । ତା ବିରୋଧରେ ଦୁଷ୍କର୍ମ ପୀଡ଼ିତାଙ୍କ ସ୍ୱାମୀଙ୍କୁ ଫସାଇବାକୁ କରିଥିଲା ବଡ଼ ଯୋଜନା ।

ପୀଡ଼ିତାଙ୍କ ଘର ସାମନାରେ ଠିଆ ହୋଇ ନିଜ ହାତକୁ ନିଜକୁ ଗୁଳି କରି ଦେଇଥିଲା । ଦୀପ୍ତି ଏବେ ସହପିଟାଲରେ ଚିକିତ୍ସିତ ହେଉଛି । ସ୍ୱାସ୍ଥ୍ୟାବସ୍ଥା ସୁଧୁରିବା ପରେ ତାକୁ ଗିରଫ କରାଯିବ । ଏପଟେ ଦୀପ୍ତି ଗୁଳି ଫୁଟାଇ ଥିବା ବନ୍ଧୁକ ମାମଲାରେ ପୋଲିସ୍ ଅମରେଶ ପ୍ରଧାନ ଓରଫ ବାଙ୍ଗୁରୁ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି । ସତରେ ମାନିବାକୁ ହେବ ଷଡ଼ଯନ୍ତ୍ରକୁ । ପ୍ରତିଶୋଧ ନେବା ପାଇଁ କିଭଳି ସିନେମା ଢଙ୍ଗରେ ଯୋଜନା କରିଥିଲା ଦୀପ୍ତି । ଏବେ ଭୋଗିବ ଦଣ୍ଡ । ତଥାପି ଏହି ଘଟଣାରେ ଆଉ କଣ ସବୁ ରହସ୍ୟ ରହିଛଇ ତାହା ତଦନ୍ତ ପରେ ହିଁ ଜଣାପଡ଼ିବ ।

nis-ad
Leave A Reply

Your email address will not be published.