ଜମ୍ମୁ-କାଶ୍ମୀରରେ ପ୍ରକୃତିର ତାଣ୍ଡବଲୀଳା, ରାମବନ ଛାରଖାର

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପ୍ରକୃତିର ତାଣ୍ଡବଲୀଳା ପରେ ଛାରଖାର ହୋଇଛି ରାମବନ । ବିପର୍ଯ୍ୟୟରେ ସବୁଠୁ ଅଧିକ ରାମବନରେ କ୍ଷୟକ୍ଷତି ହୋଇଥିବା ବେଳେ ଧୋଇ ଯାଇଛି ରାସ୍ତାଘାଟ । ବାଦଲଫଟା ବର୍ଷା ଏବଂ ତତ୍ ଜନିତ ଭୂସ୍ଖଳନ ଫଳରେ ଅନେକ ସ୍ଥାନରେ ଧସିଯାଇଛି ପାହାଡ ଓ ଘର । ସାଧାରଣ ରାସ୍ତା ଘାଟ କଥା ନକହିଲେ ଭଲ, ଏନଏଚରେ ପାହାଡ ଧସି ବଡବଡ ପଥର ପଡି ରହିଛି । ଯାହାକୁ ସଫା କରିବା ପାଇଁ ଉଦ୍ୟମ ଜାରି ରହିଛି ।

ଅନ୍ୟପଟେ ବାଦଲଫଟା ବର୍ଷା ଯୋଗୁଁ ଚେନାବ୍ କେନାଲରେ ବନ୍ୟା ପାଣି ହଠାତ୍ ମାଡି ଆସିବାରୁ ରାମବନ ଗାଁରେ ପାଣି ମାଡିଗଲା ଆଉ ଅନେକ ଘର ଧୋଇନେଲା। ବଡବଡ ବିଲ୍ଡିଂ ଧସିବା ପରେ ଧୋଇ ଯାଇଥିବା ବେଳେ ଚାଲିଆଡେ କଳାପାଣି ମାଡିଯାଇଛି । 

ସେପଟେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି ଜାମ୍ମୁକାଶ୍ମୀର ଉପମୁଖ୍ୟମନ୍ତ୍ରୀ ସରିନ୍ଦର କୁମାର ଚୌଧୁରୀ। ଲୋକଙ୍କୁ ଭୟଭୀତ ନହେବାକୁ କହିଥିବା ବେଳେ ସରକାର ସବୁପ୍ରକାର ସୁବିଧା ଯୋଗାଇ ଦେବାକୁ ଉଦ୍ୟମ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି ।

ତେବେ ଏହି ସଙ୍କଟସମୟରେ ଆଉ ଏକ ଦୃଶ୍ୟ ହୃଦୟ ଜିତିଛି । ତାହା ହେଲା ଭାରତୀୟ ଯବାନଙ୍କ ବଡପଣ । ରାମବନ ନିକଟ ଏନଏଚ-୪୪ରେ ଯବାନମାନେ ପ୍ରଭାବିତଙ୍କୁ ଖାଦ୍ୟ, ପାନୀୟ ଏବଂ ଔଷଧ ବାଣ୍ଟିବା ସହ ଏନଏଚରେ ଗାଡି ଧରି ଫଶିଥିବା ଡ୍ରାଇଭରମାନଙ୍କୁ ଖାଇବାକୁ ଦେଇଛନ୍ତି ।

nis-ad
Leave A Reply

Your email address will not be published.