ପୋଲିସ ର ଚଢ଼ାଉ କୁ ନେଇ ବୁଦ୍ଧିଜୀବୀ ମହଲ ରେ ସ୍ୱାଗତ…..


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଠାରେ ଥିବା ବିଭିନ୍ନ ଲର୍ଡ଼ଜ ଓ ହୋଟେଲ ରେ ସେକ୍ସ ରେକେଟ ଚାଲିଥିବା ଚର୍ଚ୍ଚା ହୋଇ ଆସୁଥିଲା। ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ନିର୍ଦ୍ଧେଶ ରେ ଆସିକା ଥାନା ଅଧିକାରୀ କୁଳମଣି ସେଠି ଓ ସ୍ୱତନ୍ତ୍ର ଟିମ ଦ୍ୱାରା ବିଭିନ୍ନ ଲର୍ଡ଼ଜ ଓ ହୋଟେଲ ଉପରେ ଆଜି ଅତର୍କିତ ଚଢ଼ାଉ କରାଯାଇଥିଲା। ଆସିକା ରେ ଦୀର୍ଘ ଦିନ ହେଲା ବୁଗୁଡ଼ା, ବାଲି ପଦର, ଭଞ୍ଜନଗର, ଶେରଗଡ଼, ହିଞ୍ଜିଳି, କବିସୂର୍ଯ୍ୟନଗର ଓ ପୋଲସରା ଅଞ୍ଚଳ ର ଯୁବକ ଯୁବତୀ ମାନେ ନିୟମିତ କେତେକ ଲର୍ଡ଼ଜ ଓ ହୋଟେଲ କୁ ନିୟମିତ ଯିବା ଆସିବା କରୁଥୁବା ଖବର ପୋଲିସ ନିକଟରେ ପହଁଞ୍ଚି ଥିଲା। ଏସ.ଡ଼ି.ପିଓ ଙ୍କ ନିର୍ଦ୍ଧେଶ ରେ ଏହି ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ତନ ତନ କରି ଲର୍ଡ଼ଜ ଓ ହୋଟେଲ ର ରେଜିଷ୍ଟେର ଯାଞ୍ଜ କରାଯାଇଥିଲା। ଆସିକା ଅଞ୍ଚଳର ସମସ୍ତ ଲର୍ଡ଼ଜ ଓ ହୋଟେଲ ରେ ନିୟମିତ ବିନା ଆଧାର କାର୍ଡ଼ ଓ ବିନା ପରିଚୟ ପତ୍ର ରେ ଯଦି କୌଣସି ବ୍ୟକ୍ତି ବିଶେଷ ଙ୍କୁ ରଖିଲେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ୍ୟ ପୋଲିସ ପକ୍ଷରୁ ଦିଆଯାଇଛି। ଏହି ଚଢ଼ାଉ ପରେ ବାହାରରୁ ଆସୁଥିବା ଯୁବକ ଯୁବତୀ ଓ ହୋଟେଲ ଏବଂ ଲର୍ଡ଼ଜ ମାଲିକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏଭଳି ଚଢ଼ାଉ ନିୟମିତ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଯାହାକୁ ନେଇ ବୁଦ୍ଧିଜୀବୀ ସ୍ୱାଗତ କରିଛନ୍ତି l
