୨୨ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଉଦି ଆରବ ଗସ୍ତ

add-all

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୨ରେ ସାଉଦି ଆରବ ଗସ୍ତରେ ଯିବେ ବୋଲି ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ସାଉଦି ଯୁବରାଜ ମହମ୍ମଦ ବିନ୍‌ ସଲମାନଙ୍କ ଆମନ୍ତ୍ରଣ କ୍ରମେ ମୋଦୀ ସେଠାକୁ ଯାଉଛନ୍ତି। ଦୁଇ ଦିନିଆ ଗସ୍ତ କାଳରେ ମୋଦୀ ଓ ସଲମାନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ବିପାକ୍ଷିକ ଆଲୋଚନା କରାଯିବ। ଅନ୍ୟ ରାଷ୍ଟ୍ର ତୁଳନାରେ ସାଉଦି ଆରବରେ ସବୁଠାରୁ ଅଧିକ ଭାରତୀୟ କାର୍ଯ୍ୟରତ ଅଛନ୍ତି। ଏହାବ୍ୟତୀତ ଇସଲାମିକ ରାଷ୍ଟ୍ରଙ୍କ ମଧ୍ୟରେ ସାଉଦି ଆରବ ଯଥେଷ୍ଟ ପ୍ରଭାବଶାଳୀ ହୋଇଥିବାରୁ ଭାରତ ଏଥିରୁ ଫାଇଦା ଉଠାଇବାକୁ ଚାହୁଁଛି। ବିଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଓ ସାଉଦି ଆରବ ମଧ୍ୟରେ ବାଣିଜ୍ୟିକ, ରାଜନୈତିକ, ସାମାଜିକ, ସାଂସ୍କୃତିକ ସମ୍ପର୍କ ଅଧିକ ମଜଭୁତ ହୋଇପାରିଛି।

ad-week
Leave A Reply

Your email address will not be published.