୨ ନାବାଳକଙ୍କୁ ଖୁଣ୍ଟରେ ବାନ୍ଧି ଚେଙ୍କ ସହ ପରିସ୍ରା ପିଆଇଲେ ଦୁର୍ବୃତ୍ତ

ବଳଙ୍ଗା: ପୁରୀ ଜିଲା ବଳଙ୍ଗା ଥାନା କୋଟକୋସାଙ୍ଗରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଦୁଇ ନାବାଳକଙ୍କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧିବା ସହ ସିଗାରେଟ ଚେଙ୍କ ଦେଇଛନ୍ତି ଦୁର୍ବୃତ୍ତମାନେ । ଖାଲି ସେତିକି ନୁହଁ, ଦୁଇ ନାବାଳକଙ୍କୁ ପରିସ୍ରା ପିଆଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ଏଭଳି ବର୍ବରତା ସମ୍ପର୍କରେ ଖବର ପାଇବା ପରେ ପୋଲିସ ପହଞ୍ଚି ପିଡ଼ିତ ଦ୍ଵୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇବା ସହିତ ଘଟଣାର ଖୋଳତାଡ଼ ଆରମ୍ଭ କରିଛି ।

ତେବେ କୋଟକୋସାଙ୍ଗ ଓ ପ୍ରଧାନସାହି ମଧ୍ୟରେ ବିବାଦକୁ ନେଇ ଏପରି ବର୍ବର କାଣ୍ଡ ଘଟିଛି । ଯେଉଁଥିରେ ଦୁଇ ନାବାଳକ ଅକଥନୀୟ ନିର୍ଜାତନାର ଶିକାର ହୋଇଛନ୍ତି । ଏହି ଘଟଣା ଶନିବାରଠାରୁ ଘଟିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ବଳଙ୍ଗା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ,ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.