୪ ଦିନିଆ ଭାରତ ଗସ୍ତରେ ଆସି ଦିଲ୍ଲୀରେ ପହଞ୍ଚିଲେ ଆମେରିକାର ଉପ ରାଷ୍ଟ୍ରପତି

add-all

ୱାଶିଂଟନ୍‌: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ସୋମବାର ଦିନ ଭାରତ ଗସ୍ତରେ ଆସି ଦିଲ୍ଲୀରେ ଅବତରଣ କରିଛନ୍ତି। ଏହା ହେଉଛି ତାଙ୍କର ପ୍ରଥମ ସରକାରୀ ଭାରତ ଗସ୍ତ।

ସେ ଭାରତ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଂଗରେ ଆଲୋଚନା କରିବାର ଯୋଜନା ରହିଛି। ଦୁଇ ଦେଶ ମଧ୍ୟରେ ଏକ ବାଣିଜ୍ୟିକ ଚୁକ୍ତି ସ୍ବାକ୍ଷର ହେବ ବୋଲି ସୂଚନା ରହିଛି।

ଭାନ୍ସଙ୍କ ସହିତ ତାଙ୍କର ଭାରତୀୟ ବଂଶୋଦ୍ଭବ ପତ୍ନୀ ଉଷା ଏବଂ ସେମାନଙ୍କର ତିନି ପିଲା ଚାରି ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି।

ସେମା‌ନେ ଆସି ଦିଲ୍ଲୀରେ ଅବତରଣ କରିବା ପରେ ଆମେରିକାର ଉପରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଯେଉଁଠାରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ୱାଗତ କରିଥିଲେ। ଭ୍ୟାନ୍ସଙ୍‌କ ତିନି ପିଲା ଇୱାନ, ବିବେକ ଏବଂ ମିରାବେଲ ପାରମ୍ପରିକ ଭାରତୀୟ ପୋଷାକ ପିନ୍ଧିଥିବା ଦେଖାଯାଇଥିଲା।

ସେମାନଙ୍କର ଏହି ଉଚ୍ଚସ୍ତରୀୟ ଗସ୍ତ ପୂର୍ବରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆମେରିକା ଉପରାଷ୍ଟ୍ରପତିଙ୍କ ସହିତ ପେଣ୍ଟାଗନ ଏବଂ ବିଦେଶ ବିଭାଗର ବରିଷ୍ଠ ଅଧିକାରୀମାନେ ଚାରି ଦିନିଆ ଯାତ୍ରାରେ ଯୋଗ ଦେଇଛନ୍ତି। ଦିଲ୍ଲୀ, ଜୟପୁର ଏବଂ ଆଗ୍ରାରେ ବୈଠକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ବନ୍ଦୋବସ୍ତ ହୋଇଛି।

ଭ୍ୟାନ୍ସ ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିବେ। ୱାଶିଂଟନ ଏବଂ ବେଜିଂ ମଧ୍ୟରେ ବୃଦ୍ଧି ପାଉଥିବା ବାଣିଜ୍ୟ ଉତ୍ତେଜନା ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିକୁ ଚୂଡ଼ାନ୍ତ କରିବେ। ଏହାବ୍ୟତୀତ ରଣନୈତିକ ଏବଂ ଅର୍ଥନୈତିକ ସମ୍ପର୍କକୁ ଅଧିକ ଦୃଢ଼ କରିବା ଉପରେ ଆଲୋଚନା କରିବେ।

ad-week
Leave A Reply

Your email address will not be published.