ମାଲକାନଗିରି : ଗର୍ଭପାତ ନ କରିବାରୁ ପ୍ରେମିକାକୁ ମାରିଲା ପ୍ରେମିକ । ମାଲକାନଗିରି ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ହୋଇଛି ପର୍ଦ୍ଦାଫାସ୍ । ଅଭିଯୁକ୍ତକୁ ଗିରଫ ପରେ କ୍ରାଇମ ସିନ ରିକ୍ରିୟେସନ କରିଛି ପୋଲିସ । ସୂଚନା ଅନୁସାରେ ଅଭିଯୁକ୍ତ ଛତିଶଗଡ଼ ସିନ୍ଧିଗଡ଼ ଥାନା ପାଣ୍ଡୁମ ଗାଁର ଉମେଶ ନାଗଙ୍କ ସହ ମର୍ତ୍ତୃଣ୍ଡା ଗାଁର ମଙ୍ଗଳ ଦେଇଙ୍କ ବର୍ଷେ ହେଲା ପ୍ରେମ ସଂପର୍କ ଥିଲା ।
ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ପରୀକ୍ଷା ପରେ ଯୁବତୀ ଗର୍ଭବତୀ ଥିବା ଯଣାପଡିଥିଲା । ପରେ ଅଭିଯୁକ୍ତ ଗର୍ଭ ନଷ୍ଟ ପାଇଁ ଯୁବତୀଙ୍କୁ ବାଧ୍ୟ କରିଥିଲା । ଯୁବତୀ ଗର୍ଭନଷ୍ଟ ପାଇଁ ରାଜି ହୋଇନଥିଲେ । ଏପରିକି ବାହା ହେବାକୁ ଜିଦ କରିଥିଲେ । ପରେ ମାଲକାନଗିରି ସୀମାନ୍ତ ଚାଲାଣ ଗୁଡା ଗାଁ ନିକଟ ପଥରରେ ଛେଚି ହତ୍ୟା କରିବା ସହ ରେଙ୍ଗାବନ୍ଧ ଜଙ୍ଗଲରେ ଫିଙ୍ଗିଦେଇଥିଲା ଅଭିଯୁକ୍ତ ।
ହତ୍ୟାର ପ୍ରାୟ ୨୨ ଦିନ ପରେ ରେଙ୍ଗାବନ୍ଧ ଜଙ୍ଗଲରୁ ଯୁବତୀଙ୍କ କଙ୍କାଳ ଠାବ ହୋଇ ଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ମାଲକାନଗିରି ଥାନା ପୁଲିସ । ଛତିଶଗଡ ସୁକୁମା ପୁଲିସର ମିସିଙ୍ଗ ରିପୋର୍ଟ ଓ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତଥ୍ୟ ଆଧାରରେ ମାଲକାନଗିରି ପୁଲିସ ପ୍ରେମିକ ଉମେଶ ନାଗଙ୍କୁ ସୁକୁମା ପୋଣ୍ଡୁମ ଗାଁରୁ ଗିରଫ କରି କୋର୍ଟ ଚାଲାଣ କରିଛି ।
